Latest Odisha News

BREAKING NEWS

ଚାଲି ପାରୁନି ଗୃହ: ଆଜି ବି ସମାନ ସ୍ଥିତି, ୧୨ଟା ୯ ମିନିଟ ଯାଏଁ ଗୃହ ମୁଲତବି

ଭୁବନେଶ୍ୱର: ଆରମ୍ଭରୁ ହିଁ ବିରୋଧୀଙ୍କ କଡ଼ା ଆଭିମୁଖ୍ୟ। ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟରେ ଗୃହ ଚଲେଇ ଦେଉନାହାନ୍ତି ବିରୋଧୀ। ବାରମ୍ବାର ବିରୋଧୀଙ୍କ ହଙ୍ଗାମା ଯୋଗୁଁ ଗୃହ ମୁଲତବୀ ଦେଖିବାକୁ ମିଳୁଛି।

ଆଜି ମଧ୍ୟ ଅଧିବେଶନ ଆରମ୍ଭରୁ ବିଜେଡ଼ି ଏବଂ କଂଗ୍ରେସର ପ୍ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଛି। ବାଚସ୍ପତିଙ୍କ ପୋଡିୟମ ତଳକୁ ଯାଇ ବିଜେଡି ଓ କଂଗ୍ରେସ ହଙ୍ଗାମା କରିଥିଲେ। ଗୃହ ନ ଚଳିପରିବାରୁ ୧୨ଟା ୯ ମିନିଟ୍‌ ଯାଏଁ ଗୃହକୁ ମୁଲତବି ରଖିଛନ୍ତି ବାଚସ୍ପତି।

ଆଜି ବିଧାନସଭା ଆରମ୍ଭହେବା ପରେ ପ୍ରଶ୍ନକାଳ ଆରମ୍ଭରୁ ହଟଗୋଳ ହୋଇଥିଲା। ଗୃହରେ ବିରୋଧୀ ଦଳର ବିଧାୟକମାନେ ହୋହଲ୍ଲା କରିଥିଲେ। ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ମନ୍ତବ୍ୟକୁ ନେଇ ବିଜେଡିର ବିଧାୟକମାନେ ଗୃହରେ ହଟ୍ଟଗୋଳ କରିଥିଲେ। ନାରୀ ନିର୍ଯାତନା ପ୍ରସଙ୍ଗରେ କଂଗ୍ରେସ ହଙ୍ଗାମା କରିଥିଲା। ବାଚସ୍ପତିଙ୍କ ପୋଡ଼ିୟମ ତଳେ ବିଜେଡି ଓ କଂଗ୍ରେସ ବିଧାୟକମାନେ ହଙ୍ଗାମା କରିଥିଲେ। ଫଳରେ ବାଚସ୍ପତି ମଧ୍ୟାହ୍ନ ୧୨ଟା ୯ ଯାଏଁ ଗୃହକୁ ମୁଲତବି ରଖିବା ନେଇ ଘୋଷଣ କରିଥିଲେ।।

ସେପଟେ ବଜେଟ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ବିଧାନସଭା ପରିସରରେ ବିରୋଧ ପ୍ରଦର୍ଶନ କରିଥିଲା କଂଗ୍ରେସ। ରାଜ୍ୟରେ ନାରୀ ଅସୁରକ୍ଷିତ ଅଭିଯୋଗରେ କଂଗ୍ରେସର ବିଧାନସଭା ପରିସର ଗାନ୍ଧି ମୂର୍ତ୍ତି ତଳେ ବିକ୍ଷୋଭ ପ୍ରଦର୍ଶନ କରିଛି।

Comments are closed.