Latest Odisha News

BREAKING NEWS

ପାକିସ୍ତାନ ସେନା ଜୋରଦାର୍ ଅପରେସନ, ୧୦୪ ପଣବନ୍ଦୀ ଉଦ୍ଧାର, ୧୬ ଆତଙ୍କବାଦୀ ନିହତ

ନୂଆଦିଲ୍ଲୀ: ପାକିସ୍ତାନୀ ସେନାର ଜୋରଦାର୍ ଅପରେସନ । ଟ୍ରେନ୍ ହାଇଜାକ୍ କରିଥିବା ୧୬ ଆତଙ୍କବାଦୀ ନିହତ ହୋଇଥିବା ବେଳେ ୧୦୪ ପଣବନ୍ଦୀଙ୍କୁ ମୁକୁଳା ଯାଇଥିବା ସୂଚନା ମିଳିଛି । ମୁକୁଳିଥିବା ପଣବନ୍ଦୀଙ୍କ ମଧ୍ୟରୁ ୩୧ଜଣ ମହିଳା ଓ ୧୫ ଜଣ ଶିଶୁ ଅଛନ୍ତି । ରାତି ସାରା ବେଲୁଚି ଲିବରେସନ ଆର୍ମି ସହ ପାକିସ୍ତାନୀ ସେନାର ଗୁଳି ବିନିମୟ ଚାଲିଛି । ଗୁଳି ବିନିମୟ ବେଳେ ୧୭ ଯାତ୍ରୀ ଆହତ ହୋଇଥିବା ବେଳେ ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ, ଗତକାଲି ଜାଫର ଏକ୍ସପ୍ରେସ ଟ୍ରେନ୍ ଅପହରଣ କରିଥିଲେ ଆତଙ୍କବାଦୀ । ଟ୍ରେନ୍‌ଟି କ୍ବେଟାରୁ ପେଶାୱର ଯାଉଥିବା ବେଳେ ଅପହରଣ କରିଥିଲେ ଆତଙ୍କବାଦୀ । ଟ୍ରେନରେ ୪୫୦ରୁ ଅଧିକ ଯାତ୍ରୀ ଥିବାବେଳେ ସେମାନଙ୍କ ମଧ୍ୟରେ ଅନେକ ସେନା ଅଧିକାରୀ ଥିବାନେଇ ଜଣାପଡିଥିଲା । ତେବେ ସମସ୍ତଙ୍କୁ ଉଦ୍ଧାର ପାଇଁ ଚେଷ୍ଟା ଚଳାଇଛି ପାକ ସେନା । ୧୦୪ଜଣ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଏବେ ବି ୨୦୦ରୁ ଅଧିକ ଲୋକ ବନ୍ଧକ ଅଛନ୍ତି । ତେବେ ବନ୍ଧକ ଥିବା ସେନା ଅଧିକାରୀଙ୍କ ମଧ୍ୟରୁ ୩୦ଜଣଙ୍କୁ ହତ୍ୟା କରିଛି ବିଚ୍ଛିନ୍ନତାବାଦୀ ସଙ୍ଗଠନ ବଲୁଚ ଲିବରେସନ ଆର୍ମି । ବନ୍ଧକଙ୍କୁ ଛାଡିବାକୁ ପାକକୁ ୪୮ ଘଣ୍ଟାର  ଅଲଟିମେଟମ ଦେଇଛି ବଲୁଚ ଲିବରେସନ ଆର୍ମି ନହେଲ ବନ୍ଧକଙ୍କୁ ମାରିଦେବାକୁ ଧମକ ଦେଇଛି ବଲୁଚ ଲିବରେସନ ଆର୍ମି  ।  ପାକିସ୍ତାନ ଜେଲରେ ବନ୍ଦୀ ଥିବା ବେଲୁଚ ନାଗରିକଙ୍କୁ ନ ଛାଡିଲେ ଏଭଳି ଦଶା ଭୋଗିବାକୁ ପଡିବ ବୋଲି କହିଛନ୍ତି ବିଏଲଏ  ।

ବିଏଲଏ କହିଛି ଯେ ଏହି ଅପରେସନକୁ ମଜିଦ ବ୍ରିଗେଡ୍, ଏସଟିଓଏସ୍ ଓ ବିଏଲର ସ୍ପେଶାଲ ୟୁନିଟ୍ ଫତେହ ସ୍କ୍ୱାଡ୍ ମିଳିତ ଭାବେ କରିଥିଲେ । ଯେକୌଣସି ସୈନ୍ୟ କାର୍ଯ୍ୟାନୁଷ୍ଠାନର ଜବାବ ଜୋରଦାର ରୂପେ ଦିଆଯିବ । ଏହା ବ୍ୟତୀତ ବିଏଲଏ ଚୂଡ଼ାନ୍ତ ଚେତାବନୀ ଜାରି କହିଛି ଯେ ଯଦି ଏୟାର ଷ୍ଟ୍ରାଇକ୍ ତୁରନ୍ତ ବନ୍ଦ ନକରାଯାଏ ତେବେ ଆଗାମୀ ଏକ ଘଣ୍ଟା ମଧ୍ୟରେ ସମସ୍ତ ବନ୍ଦୀଙ୍କୁ ମାରି ଦିଆଯିବ । ପିଏଲଏ ଦାବି କରିଛି ଯେ ପାକିସ୍ତାନୀ ସେନା, ପୋଲିସ, ଆଇଏସଆଇ ଓ ଏଟିଏଫର ସମସ୍ତ କର୍ମଚାରୀ ଯେଉଁମାନେ ପଞ୍ଜାବରେ ଛୁଟିରେ ଅଛନ୍ତି, ସେମାନଙ୍କୁ ବନ୍ଦୀ କରାଯାଇଛି । ମହିଳା, ପିଲା ଓ ବଲୁଚ୍ ଯାତ୍ରୀଙ୍କୁ ମୁକ୍ତ କରାଯାଇଛି ।

Comments are closed.