Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ ଫରେଷ୍ଟର, ହାତୀ ସ୍କ୍ୱାଡ୍ ସଦସ୍ୟ

ଭୁବନେଶ୍ୱର: ଓଡ଼ିଶା ଭିଜିଲାନ୍ସ ଅଧିକାରୀମାନେ ବୁଧବାର ଦିନ ଢେଙ୍କାନାଳର ଡିହାଡୋଲ ସେକ୍ସନର ଫରେଷ୍ଟର ବିଶ୍ୱନାଥ ସୋରେନ ଏବଂ ହାତୀ ସ୍କ୍ୱାଡ୍ ସଦସ୍ୟ ସୁଦୀପ୍ତ କୁମାର ସାହୁଙ୍କୁ ଗିରଫ କରିଛନ୍ତି।

ସୂଚନା ଅନୁଯାୟୀ, ଫରେଷ୍ଟର ଜମିରେ ଚାଷ କରିବାକୁ ଅନୁମତି ଦେବା ପାଇଁ ଜଣେ ଚାଷୀଙ୍କଠାରୁ ୨୫,୦୦୦ ଟଙ୍କା ଲାଞ୍ଚ ମାଗିଥିଲେ। ଏପରିକି ନଦେଲେ ତାଙ୍କ ବିରୁଦ୍ଧରେ ମାମଲା ରୁଜୁ କରିବାକୁ ଧମକ ମଧ୍ଯ ଦେଇଥିଲେ। ସେହିପରି କିଛି ଦିନ ତଳେ ସୋରେନ ମଧ୍ଯ ତାଙ୍କର ଚାଷ ଉପକରଣ ଜବତ କରିବାକୁ ଧମକ ଦେଇଥିଲେ।

ଏନେଇ ଚାଷୀ ଜଣକ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ଯାହାପରେ ଦୁହିଁଙ୍କୁ ଧରିବା ପାଇଁ ଅଧିକାରୀ ମାନେ ଏକ ଜାଲ ବିଛାଇଥିଲେ। ଲାଞ୍ଚ ଟଙ୍କା ନେବା ବେଳେ ସେମାନଙ୍କୁ କାବୁ କରିବା ସହ ଲାଞ୍ଚ ଟଙ୍କା ମଧ୍ଯ ଜବତ କରିଥିଲେ।

ତେବେ ଭିଜିଲାନ୍ସ ଅଧିକାରୀମାନେ ଫରେଷ୍ଟର ଏବଂ ସୁଦୀପ୍ତ ସାହୁଙ୍କ ସହିତ ଜଡିତ ଚାରୋଟି ସ୍ଥାନରେ ଏକକାଳୀନ ଚଢାଉ ଜାରି ରହିଛି। ଯାହା ଫଳରେ ସେମାନଙ୍କ ଆୟ ବହିର୍ଭୁତ ସମ୍ପତ୍ତି ସମ୍ପର୍କରେ ଜଣାପଡିବ।

ଦୁର୍ନୀତି ନିବାରଣ (ସଂଶୋଧନ) ଆଇନ, ୨୦୧୮ର ଧାରା ୭ ଅନୁଯାୟୀ ସେମାନଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ କରାଯିବା ସହ ତଦନ୍ତ ଜାରି ରହିଛି।

Comments are closed.