Latest Odisha News

ଟଙ୍କା ଦେଇ ଆୱାର୍ଡ଼ କିଣିଛନ୍ତି ଆଲିଆ ଭଟ୍ଟ !

ମୁମ୍ବାଇ: ବଲିଉଡ ସୁନ୍ଦରୀ ଆଲିଆ ଭଟ୍ଟଙ୍କ ନାମରେ ଆସିଛି ସଙ୍ଗିନ ଅଭିଯୋଗ । ଆଲିଆ ଟଙ୍କା ଦେଇ ଆୱାର୍ଡ଼ କିଣୁଥିବା ଟ୍ୱିଟ କରି ଅଭିଯୋଗ କରିଛନ୍ତି ଅଭିନେତ୍ରୀ କଙ୍ଗନା ରାଣାୱତଙ୍କା ଭଉଣୀ ରଙ୍ଗୋଲି ଚନ୍ଦେଲ ।

ନିଜର ବୟାନକୁ ନେଇ ଚର୍ଚ୍ଚାରେ ରହୁଥିବା ରଙ୍ଗୋଲି ଅତୀତରେ କଙ୍ଗନାଙ୍କ ସହ ମିଶି ଅନେକ ବଲିଉଡ୍ କଳାକାରଙ୍କୁ ଟାର୍ଗେଟ କରି ଟ୍ୱିଟ କରିଛନ୍ତି ।

ଏବେ କଙ୍ଗନାଙ୍କ ଭଉଣୀ ରଙ୍ଗୋଲି ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ବିରୁଦ୍ଧରେ ଆଣିଛନ୍ତି ଏକ ସଙ୍ଗିନ ଅଭିଯୋଗ। ଟଙ୍କା ଦେଇ ଆଲିଆ ଆୱାର୍ଡ କିଣୁଥିବା ଟ୍ୱିଟ କରିବା ସହ ସେ ଏକ ଭିଡିଓ ସେୟାର ମଧ୍ୟ କରିଛନ୍ତି।

ଭିଡିଓରେ ଆଲିଆ ହାତରେ ଆୱାର୍ଡ ଧରି ବାହାରୁଥିବାର ଦେଖାଯାଇଛି। ଏହି ସମୟରେ ଫଟୋଗ୍ରାଫରମାନେ ତାଙ୍କର ଫଟୋ ଓ ଭିଡିଓ ଉତ୍ତୋଳନ କରୁଛନ୍ତି।

ଏହାକୁ ଟୁଇଟ୍ କରି ସେ ଲେଖିଛନ୍ତି କି, ‘ଏତିକି ତ ସଚ୍ଚୋଟପଣିଆ ଅଛି କି ତୁମେ ଏହି କାମ ଲୁଚି ଲୁଚି କରୁଛ। ସମସ୍ତଙ୍କ ଆଗରେ ନୁହଁ।’ ତେବେ ରଙ୍ଗୋଲିଙ୍କ ଏଭଳି ଟୁଇଟର କୌଣସି ଜବାବ ରଖିନାହାନ୍ତି ଆଲିଆ।

ଆୱାର୍ଡ ସୋ’ ଆରମ୍ଭ ହେବା ପୂର୍ବରୁ ଆଲିଆ ଆୱାର୍ଡ ଧରି ଆସୁଥିବାରୁ ଟଙ୍କା ଦେଇ ସେ ଆୱାର୍ଡ କିଣୁଥିବାର ସୋସିଆଲ ମିଡିଆରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ସୋସିଆଲ ମିଡିଆରେ ଭିଡିଓଟି ଭାଇରାଲ ହେବା ସହ ଭିଡିଓ ପଛରେ ଆଲିଆଙ୍କ ମ୍ୟାନେଜର କହୁଥିବା କଥା ଚର୍ଚ୍ଚାକୁ ସ୍ପଷ୍ଟ କରିଛି।

କ୍ୟାମେରା ପଛରେ ଆଲିଆଙ୍କ ମ୍ୟାନେଜର କହୁଛନ୍ତି କି, ‘ଏବେ ଫଟୋ ‌ବା ଭିଡିଓ ସେୟାର କରିବନି ତ?

Leave A Reply

Your email address will not be published.