Latest Odisha News

BREAKING NEWS

Jio ପାଇଁ କାଳ ହେବ କି ଷ୍ଟାର ଲିଙ୍କ ?

ନୂଆଦିଲ୍ଲୀ: ଭାରତରେ ବଢିବାରେ ଲାଗିଛି ଇଣ୍ଟରନେଟ ସ୍ପିଡ। ଏହାକୁ ଆହୁରି ଉନ୍ନତ କରିବାକୁ ଆରମ୍ଭ ହୋଇଛି ପ୍ରସ୍ତୁତି। ଏଲନ ମସ୍କଙ୍କ ସ୍ପେସ ଏକ୍ସ କମ୍ପାନୀର ଷ୍ଟାର ଲିଙ୍କ ଭାରତରେ ନିଜର ସେବା ଦେବାକୁ ପ୍ରସ୍ତୁତି କରୁଛି। ଏହା Jio ଠାରୁ ୮୦-୯୦ ଗୁଣ ଅଧିକ ଇଣ୍ଟରନେଟ ସ୍ପୀଡ଼ ଦେବା ନେଇ ଦାବି କରୁଛି।

କ’ଣ ରହିଛି ଷ୍ଟାର ଲିଙ୍କର ଫାଇଦା ?
ଷ୍ଟାର ଲିଙ୍କ ଆଡଭାନ୍ସ ଲୋ ଅର୍ବିଟ (ଏଲଇଓ) ସାଟେଲାଇଟର ବ୍ୟବହାର କରିବ। ଏହାଦ୍ବାରା ସାଧାରଣ ଇଣ୍ଟରନେଟ ସ୍ପିଡ ଠାରୁ ଅନେକ ଗୁଣ ଅଧିକ ସ୍ପିଡର ଇଣ୍ଟରନେଟ ସେବା ମିଳିପାରିବ। ଷ୍ଟାର ଲିଙ୍କର ସାଟେଲାଇଟ ଓ ପୃଥିବୀ ମଧ୍ୟରେ ଖୁବ କମ ଦୂରତା ରହିବ। ଯାହା ଦ୍ବାରା ଦ୍ରୁତ ବେଗରେ ଡାଟା ଟ୍ରାନ୍ସଫର ଓ ଇଣ୍ଟରନେଟ ସେବା ମିଳିପାରିବ।

Jio-SES ତୁଳନାରେ ସ୍ପିଡ ହେବ ଷ୍ଟାର ଲିଙ୍କ ?

Jio ଓ SES ଭଳି କମ୍ପାନୀ ମଧ୍ୟ ସାଟେଲାଇଟ ଆଧାରରେ ଇଣ୍ଟରନେଟ ସେବା ଦେଇଥାନ୍ତି। କିନ୍ତୁ ଏମାନଙ୍କ ଇଣ୍ଟରନେଟ ସ୍ପିଡ ଷ୍ଟାର ଲିଙ୍କ ତୁଳନାରେ ୮୦-୯୦ ଗୁଣ କମ। Jio ଓ SES ନେଟୱର୍କରେ ଡାଟା ଟ୍ରାନ୍ସଫର ସ୍ପିଡ ୧୦-୧୫ Mbps ଥିବା ବେଳେ ଷ୍ଟାର ଲିଙ୍କରେ ଏହା ୨୦୦-୩୦୦ Mbps ହେବ ବୋଲି ଦାବି କରୁଛି କମ୍ପାନୀ।

ଭାରତରେ କ’ଣ ରହିବ ଷ୍ଟାର ଲିଙ୍କର ପ୍ରଭାବ ?
ଭାରତରେ ଇଣ୍ଟରନେଟ ସେବା ଉନ୍ନତ କରିବାର ଅତ୍ୟନ୍ତ ଜରୁରୀ। ଏବେବି ଅନେକ ଅଞ୍ଚଳରେ ଇଣ୍ଟରନେଟ ସେବା ଅପହଞ୍ଚ ହୋଇ ରହିଛି। ଷ୍ଟାର ଲିଙ୍କର ଇଣ୍ଟରନେଟ ସେବା ଏହି ଅଞ୍ଚଳମାନଙ୍କୁ ପ୍ରଭାବିତ କରିପାରେ। କାରଣ ସାଟେଲାଇଟ ଇଣ୍ଟରନେଟ ଟେକ୍ନୋଲୋଜୀ ପାରମ୍ପରିକ ବ୍ରଡ଼ ବ୍ୟାଣ୍ଡ ତୁଳନାରେ ସହଜରେ କାମ କରି ପାରିବ। ଏହା ବ୍ୟତୀତ, ଡିଜିଟାଲ ଯୁଗରେ ଷ୍ଟାର ଲିଙ୍କର ସ୍ପିଡ ଇଣ୍ଟରନେଟ, ଶିକ୍ଷା, ସ୍ବାସ୍ଥ୍ୟ ଓ ବାଣିଜ୍ୟ କ୍ଷେତ୍ରରେ ଅନେକ ପରିବର୍ତ୍ତନ ଆଣିପାରେ।

ବ୍ୟୁରୋ ରିପୋର୍ଟ ଓଡ଼ିଶା ସମ୍ବାଦ

Comments are closed.