Latest Odisha News

BREAKING NEWS

ଗୃହ ଭିତରେ ବିରୋଧିଙ୍କ ନାରାବାଜି, ୧୨ ଯାଏଁ ମୁଲତବୀ

ଭୁବନେଶ୍ଵର: ଚାଲି ପାରୁନି ଗୃହ କାର୍ଯ୍ୟ । ବିଧାନସଭାର ବଜେଟ୍ ଅଧିବେଶନ ଚାଲିଥିବା ବେଳେ ପ୍ରତ୍ୟକ ଦିନ ଥରକୁ ଥର ମୁଲତବି ହେଉଛି ଗୃହ । ଆଜି ବି ଆରମ୍ଭରୁ ଅଚଳ ଗୃହକାର୍ଯ୍ୟ । ବିରୋଧୀଙ୍କ ହୋହାଲ୍ଲା ଏବଂ ନାରାବାଜି ଲାଗି ବିଧାନସଭାକୁ ମଧ୍ୟାହ୍ନ ୧୨ ଯାଏଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢୀ ।

ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ କଂଗ୍ରେସ ନାରୀ ନିର୍ଯାତନା ପ୍ରସଙ୍ଗରେ ଗୃହର ମଧ୍ୟଭାଗକୁ ଆସି ନାରାବାଜି ସହ ହୋହାଲ୍ଲା କରିଥିଲେ । ପ୍ଲାକାର୍ଡ ଧରି ଗୃହ ମଧ୍ୟ ଭାଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା କଂଗ୍ରେସ । ସମସ୍ତ ସଦସ୍ୟଙ୍କୁ ନିଜ ନିଜ ସିଟ୍‌ ବସିବାକୁ ବାରମ୍ବାର ଅନୁରୋଧ କରିଥିଲେ ବାଚସ୍ପତି। ମାତ୍ର ବିରୋଧୀ ଦଳ କଥା ନଶୁଣି ଅଧିକ ନାରାବାଜି କରିଥିଲେ । ତେଣୁ ବାଧ୍ୟ ହୋଇ ବାଚସ୍ପତି ସୁରମା ପାଢୀ ବିଧାନସଭାକୁ ମଧ୍ୟାହ୍ନ ୧୨ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି ।

 

Comments are closed.