Latest Odisha News

BREAKING NEWS

ପୁରୀରେ ‘ବାଣ’ ରେଡ୍, ପୂଜା ସାମଗ୍ରୀ ନାଁରେ ଚାଲିଥିଲା ଗୋଦାମ

ପୁରୀ: ପୁରୀ ନବକଳେବର ରୋଡ୍‌ରେ ବଡ଼ ଧରଣର ବାଣ ରେଡ୍ କରାଯାଉଛି। ଏକ ପୂଜା ସାମଗ୍ରୀ ଗୋଦାମରେ ଚାଲିଛି ରେଡ୍। ବିପୁଳ ବାଣ ଜବତ ହୋଇଛି। ବାଣ ପ୍ରସ୍ତୁତି ସାମଗ୍ରୀ ମଧ୍ୟ ଜବତ କରିଛି ପୋଲିସ।

ଏକ ଗୋଦାମ ଘରେ ଚଢ଼ାଉ କରି ବାଣ ଜବତ କରିଛି ପୋଲିସ। ବିପୁଳ ବିସ୍ଫୋରକ ସାମଗ୍ରୀ ସହ ବାଣ ଜବତ କରାଯାଇଛି। ଅବସରପ୍ରାପ୍ତ ପୋଲିସ ଡିଏସପି ଚକ୍ରଧର ମହାପାତ୍ରଙ୍କ ପୁଅ ସନ୍ତୋଷ ମହାପାତ୍ର ଏହାକୁ ଭଡା ଦେଇଥିଲେ। ଅଗ୍ନିଶମ ବିଭାଗ ପକ୍ଷରୁ ପାଣି ସ୍ପ୍ରେ କରି ଜବତ ବାଣ ନଷ୍ଟ କରାଯାଇଛି। ପୂଜା ସାମଗ୍ରୀ ନାଁରେ ଭଡା ଘରେ ବାଣ ଗୋଦାମ ଚାଲିଥିଲା।

ପୂଜା ସାମଗ୍ରୀ ଦୋକାନରେ ପୁଳାପୁଳା ଗୋଳା ବାରୁଦ ଦେଖି ସ୍ଥାନୀୟ ଲୋକେ ତାଜୁବ ହୋଇଛନ୍ତି। ପୂଜା ସାମଗ୍ରୀ ଦୋକାନରେ ବାଣ, ଗୋଳା ବାରୁଦ, କୋଇଲା ଭଳି ବିସ୍ଫୋରକ ସାମଗ୍ରୀ ରଖାଯାଇଥିଲା। ଏହି ଘଟଣାରେ ରେଡ ହେବା ପରେ ପୋଲିସକୁ ଧନ୍ୟବାଦ ଜଣାଇଛନ୍ତି ସ୍ଥାନୀୟ ଲୋକେ।

Comments are closed.