Latest Odisha News

ଜନ୍ମଦିନରେ ହେଲା ଦୁଃଖଦ ମୃତ୍ୟୁ; ଟ୍ରକ୍ ଧକ୍କାରେ ଉଡ଼ିଗଲା ମା-ପୁଅଙ୍କ ପ୍ରାଣବାୟୁ !

ଅନୁଗୁଳ: ଶୁଭ ଜନ୍ମ ଦିନଟି ଯେ ଦିନେ ଅଶୁଭ ଖବର ଆଣିଦେବ କେହି ଏହା ଆଶା କରିନଥିଲେ । ଏହି ଶୁଭ ଜନ୍ମଦିବସରେ ହିଁ ଜଣେ ବ୍ୟକ୍ତି ମୃତ୍ୟୁମୁଖରେ ପଡ଼ିଛନ୍ତି । ସଡ଼କ ଦୁର୍ଘଟଣାରେ ମା-ପୁଅଙ୍କ ମୃତ୍ୟୁ ଖବର ସମଗ୍ର ଅନୁଗୁଳ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି ।

ମିଳିଥିବା ସୂଚନାନୁଯାୟୀ, ଛେଣ୍ଡିପଦା ଥାନା ମାଟିଗାଡିଆ ଗାଁର ଶୁଭମ ସାହୁ ଏବଂ ତାଙ୍କ ମା କବିତା ସାହୁ ଜଣେ ସମ୍ପର୍କୀୟଙ୍କ ସହ ସ୍କୁଟିରେ ବୁଢୀ ଠାକୁରାଣୀଙ୍କ ଦର୍ଶନ ପାଇଁ ଆସିଥିଲେ । ତେବେ ବୁଢୀ ଠାକୁରାଣୀ ମନ୍ଦିରରୁ ବାହାରି ଜାତୀୟ ରାଜପଥ – ୫୫ ଛକ ଉପରେ ତାଙ୍କୁ ବେଳେ ଟ୍ରକ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ହିଁ ମା କବିତା ସାହୁ ଓ ପୁଅ ଶୁଭମଙ୍କର ମୃତ୍ୟୁ ହୋଇଥିଲା ।

ଗାଡି ଚଳାଊଥିବା ସମ୍ପର୍କୀୟ ଜଣଙ୍କ ଆହତ ମଧ୍ୟ ହୋଇଛନ୍ତି । ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଥିଲା । ଅନୁଗୋଳ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ଗାଡିକୁ ଜବତ କରି ତଦନ୍ତ କରୁଛି । ଟ୍ରକ ଡ୍ରାଇଭରକୁ ଦୁର୍ଘଟଣା ପରେ ପୋଲିସ ଅଟକ ରଖିଛି ।

Leave A Reply

Your email address will not be published.