Latest Odisha News

BREAKING NEWS

ପୁଣି ବନ୍ଦେ ଭାରତ ଟ୍ରେନକୁ ଢେଲା ମାଡ଼, ଭାଙ୍ଗିଲା ୨ଟି କାଚ

ଭୁବନେଶ୍ୱର: ପୁଣି ବନ୍ଦେ ଭାରତ ଏକ୍ସପ୍ରେସ ଉପରକୁ ଢ଼େଲାମାଡ଼ ଘଟଣା ସାମ୍ନାକୁ ଆସିଛି । ବନ୍ଦେ ଭାରତ ଟ୍ରେନକୁ କିଛି ଦୁର୍ବୃତ୍ତ ଢେଲାମାଡ କରିଛନ୍ତି । ଟ୍ରେନଟି ଭୁବନେଶ୍ୱରରୁ ରାଉରକେଲା ଯାଉଥିବା ସମୟରେ କଲୁଙ୍ଗା ରେଳ ଷ୍ଟେସନରେ ୨ଟି ବଗିକୁ କେହି ଢ଼େଲା ମାଡ଼ କରିଥିବା ସୂଚନା ମିଳିଛି ।

ତେବେ ଏହି ଆକ୍ରମଣରେ ୨ଟି ବଗିର କାଚ ଭାଙ୍ଗି ଚୁରମାର ହୋଇଯାଇଛି । ହେଲେ ଦୁର୍ବୃତ୍ତଙ୍କ ଏହି ଆକ୍ରମଣରେ କୌଣସି ଯାତ୍ରୀଙ୍କର କିଛି କ୍ଷତି ହୋଇନଥିବା ସୂଚନ ରହିଛି । ହେଲେ କିଏ ଏବଂ କାହିଁକି ଢେଲା ମାଡ଼ କରିଛି ତାର କୌଣସି ସୂଚନା ମିଳି ପାରିନାହିଁ ।

ସୂଚନାଯୋଗ୍ୟ, ପୂର୍ବରୁ ମଧ୍ୟ ବନ୍ଦେ ଭାରତ ଟ୍ରେନ ଉପରେ ଆକ୍ରମଣ ହୋଇଥିଲା । ଯେଉଁଥିରେ ଟ୍ରେନର କାଚ ମଧ୍ୟ ଭାଙ୍ଗି ଯାଇଥିଲା । ଆଉ ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଥିଲା । ପଚରାଉଚରା ସମୟରେ ସେମାନେ କୌତୁହଳ ବଶତଃ ଏହି ଢେଲାମାଡ କରିଥିବା ସ୍ବିକାର କରିଥିଲେ ।

Comments are closed.