Latest Odisha News

BREAKING NEWS

ଏସି ମସଜିଦରେ ପୂଜା ପାଉଛନ୍ତି ଗଣେଷ ଭଗବାନ

ମୁମ୍ବାଇ: ଭାରତ ଏକ ପାରମ୍ପାରିକ ଓ ଧାର୍ମିକ ଦେଶ । ବିବିଧତା ମଧ୍ୟରେ ଏକତା ଦେଖିବାକୁ ମିଳିଥାଏ । ଏହାର ଜ୍ୱଳନ୍ତ ଉଦାହରଣ ମହାରାଷ୍ଟ୍ରର ସାଙ୍ଗଲୀ ଜିଲ୍ଲାରେ ଦେଖିବାକୁ ମିଳିଥାଏ । ବିଶ୍ୱାସ ନ ହେଲେ ବି ଏଠାରେ ଏକ ମସଜିଦରେ ଭଗବାନ ଗଶେଷ ପୂଜା ପାଇଥାନ୍ତି । ୪୦ ବର୍ଷ ହେବ ହିନ୍ଦୁ ଓ ମୁସଲମାନ ଭାଇମାନେ ଏଠାରେ ଏକତ୍ର ଗଣେଷ ପୂଜା ପାଳନ କରିଥାନ୍ତି । ବାଲୱା ତହସିଲର ଗୋଟାଖଣ୍ଡିରେ ୧୯୬୧ରୁ ମସଜିଦ ମଧ୍ୟରେ ଗଣେଷ ମହାପ୍ରଭୂଙ୍କ ପ୍ରତିମୂର୍ତି ସ୍ଥାପନ କରାଯାଇଛି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ୧୯୬୧ରେ ଗଣେଷ ପୂଜା ଅବସରରେ ଏହି ଅଂଚଳରେ ପ୍ରବଳ ବର୍ଷା ହୋଇଥିଲା । ଭଗବାନଙ୍କ ମୂର୍ତିକୁ ବଂଚାଇବା ଉଦ୍ଦେଶ୍ୟରେ ପାଖରେ ଥିବା ଏକ ମସଜିଦରେ ତାଙ୍କୁ ରଖାଯାଇଥିଲା । ସେଠାରେ ଗଣେଷ ପୂଜା ପାଳନ କରାଯାଇଥିଲା ।

କୌଣସି କାରଣ ବଶତଃ ୧୯୮୬ ପର୍ଯ୍ୟନ୍ତ ଏଠାରେ ଆଉ ଗଣେଷ ପୂଜା କରାଯାଇ ନ ଥିଲା । ଏହା ପରେ ସ୍ଥାନୀୟ ଯୁବକମାନେ ଏକତ୍ର ହୋଇ ଏହି ପୂଜା ପୂନର୍ବାର ଆରମ୍ଭ କରିଥିଲେ । ସେବେଠାରୁ ମସଜିଦ ମଧ୍ୟରେ ଏହି ପୂଜା ହୋଇ ଆସୁଛି । ଏହାର ପ୍ରଭାବ ଅନ୍ୟ ଗ୍ରାମଗୁଡିକ ଉପରେ ମଧ୍ୟ ପଡିବାରେ ଲାଗିଛି । ସ୍ଥାନୀୟ ମୁସଲମାନମାନେ ମସଜିଦରେ ଗଣେଷ ପୂଜା କରିବା ପାଇଁ ଆମନ୍ତ୍ରଣ କରିବା ଆରମ୍ଭ କରିଛନ୍ତି । ସୋସିଆଏ ମିଡିଆରେ ଏହି ପ୍ରସାରିତ ହେବା ପରେ ମସଜିଦରେ ଭୀଡ ବୃଦ୍ଧି ପାଇବା ଆରମ୍ଭ ହୋଇଛି ।

Comments are closed.