Latest Odisha News

BREAKING NEWS

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପରେ ଲାଗିଲା ୧୨ ଲକ୍ଷ ଟଙ୍କାର ଜରିମାନା

ମୁମ୍ବାଇ: ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ଚଳିତ ଆଇପିଏଲରେ ଦଣ୍ଡିତ ହୋଇଛନ୍ତି । ଗୁଜରାଟ ଟାଇଟାନ୍ସ ବିପକ୍ଷ ମ୍ୟାଚରେ ଧିମା ବୋଲିଂ ହାର ନେଇ ତାଙ୍କ ଉପରେ ୧୨ ଲକ୍ଷ ଟଙ୍କାର ଜରିମାନା ଲଗାଯାଇଛି । ଗତ ସଂସ୍କରଣରେ ଅବଶ୍ୟ ଧିମା ବୋଲିଂ ହାର ନେଇ ଦଣ୍ଡିତ ହେବା ଯୋଗୁ ହାର୍ଦ୍ଦିକ ଚଳିତ ସଂସ୍କରଣର ପ୍ରଥମ ମ୍ୟାଚ ଖେଳି ପାରି ନ ଥିଲେ । ଅବଶ୍ୟ ଏହି ପ୍ରତିବନ୍ଧ ନିୟମକୁ ଏବେ ହଟେଇ ଦିଆଯାଇଛି । ଏବେ ଡିମେରିଟ ପଏଣ୍ଟ ଏବଂ ଜରିମାନା ଦଣ୍ଡରେ କେବଳ ଦଣ୍ଡିତ କରାଯିବ । ଗମ୍ଭୀର ମାମଲାରେ ପ୍ରତିବନ୍ଧ ଲଗାଯାଇପାରେ । ଏହି ମ୍ୟାଚରେ ୫ ଥର ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସକୁ ଗୁଜରାଟ ସହଜରେ ପରାସ୍ତ କରିଥିଲା ।

୧୯୭ ରନର ଲକ୍ଷ୍ୟକୁ ପିଛା କରି ଗୁଜରାଟ ୧୬୦ ରନ କରିବାକୁ ସକ୍ଷମ ହୋଇଥିଲା । ରୋହିତ ବଦଳରେ ହାର୍ଦ୍ଦିକ ଗତ ସଂସ୍କରଣରେ ମଧ୍ୟ ମୁମ୍ବାଇର ନେତୃତ୍ୱ ନେଇଥିଲେ । ଦଳ ପଂଏଟ ଟେବୁଲର ଶେଷ ସ୍ଥାନରେ ରହିଥିଲା । ଚଳିତ ସଂସ୍କରଣର ପ୍ରାରମ୍ଭିକ ପର୍ଯ୍ୟାୟରେ ମଧ୍ୟ ଦଳ ଭଲ ପ୍ରଦର୍ଶନ କରିପାରି ନାହିଁ ।

Comments are closed.