Latest Odisha News

BREAKING NEWS

ନିତୀଶ କହିଦେଲେ ବଡ କଥା: ‘ଇଆଡେ ସିଆଡେ ଆଉ ନୁହେଁ, ଏଥର ତୁମ ସହ…’

ପାଟନା: ପୂରା ଦେଶରେ ପଲଟୁରାମ ନାମରେ ନାମିତ ବିହାର ମୁଖ୍ୟମନ୍ତ୍ରୀ ନିତୀଶ କୁମାର । କେତେବେଳେ ଏନଡିଏ, ତ ଆଉ କେତେବେଳେ ଇଣ୍ଡି ମେଣ୍ଟ, ଠିକ୍ ସମୟରେ ନିତୀଶଙ୍କ ଦଳ ଡିଆଁ ନୀତି ମେଣ୍ଟ ଦଳକୁ ଭାରି ବାଧେ । ହେଲେ ଏବେ କାଳେ ନିଷ୍ପତ୍ତି ନେଇସାରିଛନ୍ତି ଜେଡିୟୁ ମୁଖିଆ । ଆଉ ଦଳ ଡେଇଁବେନି । ଏନଡିଏରେ ରହିବେ । ମୋଦିଙ୍କ ସାଥ୍ ଦେବେ ।

ତେବେ ଏବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବିହାର ଗସ୍ତରେ ଅଛନ୍ତି । ଚଳିତ ବର୍ଷ ହେବାକୁ ଥିବା ବିହାର ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ତାଙ୍କ ଗସ୍ତ ଅତ୍ୟନ୍ତ ସ୍ୱତନ୍ତ୍ର ବୋଲି ବିବେଚନା କରାଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭେଟିବା ପରେ ଏବେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବର୍ତ୍ତମାନ ଅମିତ ଶାହାଙ୍କୁ ମିଳିତ ମଞ୍ଚ ଏନଡିଏ ସହ ଜଡିତ ରହିବେ ବୋଲି କହି ଏହି ଆଶ୍ୱାସନା ଦେଇଛନ୍ତି । ଏନେଇ ନୀତୀଶ କହିଛନ୍ତି, ଯାହା ଭୁଲ୍ ହେଲା ହେଲା….ବର୍ତ୍ତମାନ କୌଣସି ଭୁଲ ହେବ ନାହିଁ । ପୂର୍ବରୁ ଦୁଇଥର କିଛି ଭୁଲ ହୋଇଗଲା  । ବର୍ତ୍ତମାନ ଏଠାରୁ ଯିବି ନାହିଁ, କେବଳ ଆପଣଙ୍କ ସହିତ ରହିବି ବୋଲି କଥା ଦେଇଛନ୍ତି ନୀତିଶ ।

ଏଥିସହିତ ନୀତିଶ ଏହାବି କହିଛନ୍ତି, ୨୦୦୫ ପୂର୍ବରୁ ବିହାରର ଅବସ୍ଥା କ’ଣ ଥିଲା ତାହା ସମସ୍ତେ ଜାଣନ୍ତି? ସନ୍ଧ୍ୟା ପରେ କେହି ଘରୁ ବାହାରକୁ ବାହାରି ପାରୁନଥିଲେ । ପୂର୍ବରୁ ହିନ୍ଦୁ ଏବଂ ମୁସଲମାନମାନଙ୍କ ମଧ୍ୟରେ ଝଗଡା ହେଉଥିଲା । ପିଲାମାନଙ୍କର ଶିକ୍ଷା ପାଇଁ କୌଣସି ବ୍ୟବସ୍ଥା ନଥିଲା । ସରକାରୀ ଲୋକମାନେ ହିଁ ଭୁଲ କାମ କରୁଥିଲେ । ଲୋକଙ୍କ ଚିକିତ୍ସା ପାଇଁ କୌଣସି ବ୍ୟବସ୍ଥା ନଥିଲା । ବିହାର ପାଇଁ କେନ୍ଦ୍ର ବହୁତ କିଛି କରିଛି । ଆମେ ଏକ ଭୁଲ କରିଛୁ, ଆମେ ସେହି ଲୋକମାନଙ୍କ(ଇଣ୍ଟି ମେଣ୍ଟ) ସହିତ ଦୁଇଥର ଯାଇଥିଲୁ । ଆମେ ବର୍ତ୍ତମାନ ସ୍ଥିର କରିଛୁ ଯେ, ଏହି ଭୁଲ ଆଉ ଘଟିବ ନାହିଁ ଆମ ଦଳର ଲୋକମାନେ ଆମକୁ ଏଠାକୁ ଆଣିଥିଲେ । ଏହା ଆଉ ଘଟିବ ନାହିଁ ବୋଲି ନୀତୀଶ ଅମିତ ଶାହାଙ୍କୁ ଆଶ୍ୱାସନା ଦେଇଛନ୍ତି ।

ତେବେ କହିରଖୁଛୁ, ଗତକାଲି ସନ୍ଧ୍ୟାରେ କେନ୍ଦ୍ର ଗୃହ ଓ ସହଯୋଗ ମନ୍ତ୍ରୀ ଅମିତ ଶାହା ବିହାରର ରାଜଧାନୀ ପାଟନାରେ ପହଞ୍ଚିଥିଲେ । ରବିବାର ବାପୁ ଅଡିଟୋରିୟମରେ ଆୟୋଜିତ ସମବାୟ ବିଭାଗର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ଶାହ । ଏହି ଅବସରରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଧ୍ୟ ଉପସ୍ଥିତ ଥିଲେ । ଏହି ସମୟରେ ନୀତୀଶ କୁମାର ଆରଜେଡିକୁ କହା ଟାର୍ଗେଟ କରିବା ସହ କେନ୍ଦ୍ରସରକାରଙ୍କୁ ଖୁବ୍ ଟେକିଥିଲେ ।

Comments are closed.