ଭୁବନେଶ୍ୱର: ସରିଲା ବିଧାନସଭା ବଜେଟ୍ ଅଧିବେଶନ। ଅନିର୍ଦ୍ଦିଷ୍ଟ କାଳ ପାଇଁ ହେଲା ଗୃହ ମୁଲତବୀ। ଗୃହ ମୁଲତବୀ ଘୋଷଣା କଲେ ବାଚସ୍ପତି। ବେଶ୍ ରୋଚକ ଥିଲା ବଜେଟ୍ ଅଧିବେଶନ। ଚଳିତ ଅଧିବେଶନରେ ମୋଟ ୨୫ଟି କାର୍ଯ୍ୟ ଦିବସ ଅନୁଷ୍ଠିତ ହୋଇଛି। ପାରିତ ହୋଇଛି ଦୁଇ ଦୁଇଟି ବିଲ୍। ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍ -୨୦୨୪ ଓ ଓଡ଼ିଶା ରାଜ୍ୟ ରାଜପଥ ପ୍ରାଧିକରଣ-୨୦୨୫ ବିଲ ପାରିତ ହୋଇଛି।
ଗତକାଲି ସାରା ରାତି ଚାଲିଥିଲା ଗୃହକାର୍ଯ୍ୟ। ଚଳିତ ଅଧିବେଶନରେ ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ ଉପସ୍ଥାପନ କରିଥିଲେ ମୁଖ୍ୟମନ୍ତ୍ରୀ। ୨ ଲକ୍ଷ ୯୦ ହଜାର କୋଟି ଟଙ୍କାର ବଜେଟ୍ ଉପସ୍ଥାପନ ହୋଇଥିଲା। ଗତ ୨୯ ତାରିଖରେ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ ହୋଇଥିଲା। ନାରୀ ନିର୍ଯାତନା ପ୍ରସଙ୍ଗରେ ଜୋରଦାର ପ୍ରତିବାଦ କରିଥିଲା କଂଗ୍ରେସ ।
ସେହିପରି ଇଂଜିନିୟରିଂ ଓ ମେଡିକାଲ ଶିକ୍ଷାରେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାକି ଏବଂ ଓବିସି ବର୍ଗଙ୍କୁ ଉପଯୁକ୍ତ ସଂରକ୍ଷଣ ପ୍ରସଙ୍ଗ ନେଇ ବିଜେଡି ପ୍ରତିବାଦ କରିଥିଲା। ପ୍ରତ୍ୟେକ ସଂଶୋଧନ ପ୍ରସ୍ତାବ ଉପରେ ବିରୋଧୀ ଦଳ ପକ୍ଷରୁ ଶଙ୍କା ଆଶଙ୍କା ପ୍ରକାଶ କରି ସରକାରଙ୍କୁ ସ୍ପଷ୍ଟୀକରଣ ମଗାଯାଇଥିଲା ଏବଂ ସରକାରଙ୍କ ପକ୍ଷରୁ ଉତ୍ତର ଦିଆଯାଇଥିଲା। ପରିଶେଷରେ ବିରୋଧୀ ସଦସ୍ୟଙ୍କ ସମସ୍ତ ସଂଶୋଧନ ପ୍ରସ୍ତାବ କାଟ ଖାଇଥିଲା।
Comments are closed.