Latest Odisha News

BREAKING NEWS

ଭୋଜି ଖାଇ ଝାଡ଼ାବାନ୍ତିରେ ୪୬ ଆକ୍ରାନ୍ତ; ଗାଁକୁ ଯିବ ମୁଖ୍ୟ ଚିକିତ୍ସାଳୟର ଏକ ସ୍ଵତନ୍ତ୍ର ଟିମ

ମୟୂରଭଞ୍ଜ: ସଙ୍କୀର୍ତ୍ତନ ଭୋଜି ଖାଇ ୪୬ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ କାଶୀପାଳ ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି।

ଗୁରୁବାର ସଂଧ୍ୟାରେ ସଙ୍କୀର୍ତ୍ତନ ପରେ ଭୋଜି ଖାଇଥିଲେ ଗ୍ରାମବାସୀ। ତେବେ ଅଧିକାଂଶ ଗ୍ରାମବାସୀଙ୍କୁ ଝାଡ଼ାବାନ୍ତି ହେବାରୁ ଏକ ଡ଼ାକ୍ତରୀ ଦଳ ଗ୍ରାମକୁ ଯାଇ ଚିକିତ୍ସା ଆରମ୍ଭ କରିଥିଲେ।

ଗତକାଲି ୧୨ ଜଣ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଆଜି ସକାଳୁ ଆଉ ଜଣେ ଗୁରୁତର ହୋଇ ଶିର୍ଶା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି । ଅନ୍ୟପଟେ ବର୍ତମାନ ସ୍ଥିତି ଆୟତ୍ତରେ ଅଛି ବୋଲି ଡାକ୍ତର କହିଛନ୍ତି।

ଆଜି ପୁଣି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏକ ସ୍ଵତନ୍ତ୍ର ଟିମ ଗ୍ରାମକୁ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। କେଉଁ କାରଣ ପାଇଁ ଖାଦ୍ୟ ବିଷାକ୍ତ ହେଲା ସେନେଇ ଅନୁଧ୍ୟାନ କରୁଛି ଟିମ୍ ।

Comments are closed.