Latest Odisha News

BREAKING NEWS

ସୁନ୍ଦରଗଡ଼ ଚୋରା କୋଇଲା ଖଣିରୁ ଜବତ ହେଲା ଟନ୍ ଟନ୍ କୋଇଲା

ସୁନ୍ଦରଗଡ଼: ସୁନ୍ଦରଗଡ ଜିଲ୍ଲାର କୁଲାପଡା, ତେଲେନଡିହି ଜଙ୍ଗଲରେ ଶହ ଶହ ଚୋରା କୋଇଲା ଖଣିରେ ପ୍ରଶାସନ ପକ୍ଷରୁ ଚାଲିଥିବା ଚଢାଉରେ ଖଣିରେ ଗଚ୍ଛିତ ଥିବା କୋଇଲା ଗୁଡିକୁ ଜବତ ହୋଇଛି । ଜେସିବି ଓ ଟ୍ରକ ସାହାଯ୍ୟରେ ଗଚ୍ଛିତ କୋଇଲାକୁ ଜବତ କରି ନିଲାମ ପାଇଁ ନିଜ ଅକ୍ତିଆରକୁ ନେଲା ଖଣି ବିଭାଗ ।

କୁଲାପଡା ଓ ତେଲେନଡିହି ରିର୍ଜଭ ଫରେଷ୍ଟ ଭିତରେ ଚାଲିଥିବା ଶହଶହ ବେଆଇନ କୋଇଲା ଖଣି ଚୋରି ସଂପର୍କରେ ସୂଚନା ପାଇବା ପରେ ପ୍ରଶାସନ, ପୋଲିସ ଓ ବନବିଭାଗ ପକ୍ଷରୁ ଚଢ଼ାଉ ଆରମ୍ଭ କରିଥିଲା । କଳାହୀରାକୁ ବାହାର ରାଜ୍ୟ ଛତିଶଗଡ଼, ଝାରଖଣ୍ଡ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଏବଂ ରାଜ୍ୟର ବିଭିନ୍ନ ଅଞ୍ଚଳରେ କୋଟି କୋଟି ଟଙ୍କାରେ ବିକ୍ରି କରୁଛନ୍ତି ମାଫିଆ । ଯାହା ବିଷୟରେ ଖବର ପାଇବା ପରେ ପ୍ରଶାସନ ପକ୍ଷରୁ ଏହି ଚଢାଉ କରିଛି ।

ଏହି ଚଢାଉରେ ସୁନ୍ଦରଗଡ଼ ଉପଜିଲ୍ଲାପାଳ ଦାଶରଥି ସରାବୁ, ଉପଖଣ୍ଡ ପୁଲିସ ଅଧିକାରୀ ନିର୍ମଳ ମହାପାତ୍ର, ସୁନ୍ଦରଗଡ଼ ତହସିଲଦାର କୁଳମଣି ରଣବିଡ଼ା, ହେମଗିର ତହସିଲଦାର ସାରିକା ଧମେଲ, ହେମଗିର ବନାଞ୍ଚଳ ଅଧିକାରୀ ପ୍ରକାଶ ଚନ୍ଦ୍ର ନାଏକଙ୍କ ସହ ପୋଲିସ ଫୋର୍ସ ସାମିଲ ହୋଇଥିଲେ ।

Comments are closed.