ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ୭୩ତମ ସର୍ବଭାରତୀୟ ପୋଲିସ ହକି ପ୍ରତିଯୋଗିତା ଆରମ୍ଭ ହୋଇଛି । ପ୍ରଥମ ମ୍ୟାଚରେ ବି.ଏସ.ଏଫ ୯-୨ ଗୋଲ ବ୍ୟବଧାନରେ ତେଲେଙ୍ଗନା ପୋଲିସ ଦଳକୁ ପରାସ୍ତ କରିଥିଲା । ସେହିପରି ଆଇଟିବିପି ଓ ଉତ୍ତରାଖଣ୍ଡ ପୋଲିସ ମଧ୍ୟରେ ଦ୍ଵିତୀୟ ମ୍ୟାଚ ଖେଳାଯାଇଥିଲା । ଏହି ମ୍ୟାଚରେ ଆଇଟିବିପି ୯ -୧ ଗୋଲରେ ଉତ୍ତରାଖଣ୍ଡ ପୋଲିସକୁ ପରାସ୍ତ କରିଛି। ତୃତୀୟ ମ୍ୟାଚରେ ଝାଡ଼ଖଣ୍ଡ ପୋଲିସ ଛତିଶଗଡ ପୋଲିସ ଦଳକୁ ୪-୧ ଗୋଲ ବ୍ୟବଧାନରେ ପରାସ୍ତ କରିଛି ।
ରାଜ୍ୟ କାରାଗାର ଓ ସଂଶୋଧନ ବିଭାଗର ଆରକ୍ଷୀ ମହାନିର୍ଦ୍ଦେଶକ ଅରୁଣ କୁମାର ରାୟ, ଅଗ୍ନିଶମ ସେବା ଓ ଗୃହରକ୍ଷୀ ବେସାମରିକ ପ୍ରତିରକ୍ଷା ବିଭାଗର ଆରକ୍ଷୀ ମହାନିର୍ଦ୍ଦେଶକ ଡା. ସୁଧାଂଶୁ ଷଡଙ୍ଗୀ ଓ ପରିବହନ କମିଶନର ଅମିତାଭ ଠାକୁର, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ( ମୁଖ୍ୟାଳୟ) ତଥା ଆୟୋଜନ କମିଟିର ଉପାଧ୍ୟାକ୍ଷ ଦୟାଲ ଗଙ୍ଗୱାର, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ( ସଶସ୍ତ୍ର) ତଥା ଆୟୋଜନ କମିଟିର ଉପାଧ୍ୟାକ୍ଷ ରାଜେଶ କୁମାର, ଆଇଜି( ତାଲିମ) ତଥା ଆୟୋଜନ କମିଟିର ସମ୍ପାଦକ ଅନୁପ କୁମାର ସାହୁ ପ୍ରମୁଖ ବିଭିନ୍ନ ମ୍ୟାଚ ଗୁଡିକରେ ଅତିଥିଭାବେ ଅଂଶ ଗ୍ରହଣ କରି ଖେଳାଳିଙ୍କୁ ଉତ୍ସାହିତ କରିଥିଲେ।
BREAKING NEWS
- ଟ୍ରକ୍ ଧକ୍କାରେ କଂଗ୍ରେସ ନେତାଙ୍କ ଚାଲିଗଲା ଜୀବନ
- SAFF Under-19 Women’s Championship: ଭାରତୀୟ ଦଳ ଭୁଟାନକୁ ୮ଗୋଲରେ ପରାସ୍ତ କରି ଫାଇନାଲରେ ମାରିଲା ଏଣ୍ଟ୍ରି
- ସ୍ୱାସ୍ଥ୍ୟବସ୍ଥା ଠିକ୍ ନାହିଁ; ସୋନମ ୱାଙ୍ଗଚୁକଙ୍କ ଅଟକ ଉପରେ ପୁନଃ ବିଚାର ପାଇଁ ସୁପ୍ରିମକୋର୍ଟ…
- ଦୃଶ୍ୟମ ୩ ପରେ ଆଉ କାହାଣୀ ଆଗକୁ ବଢ଼ିବନି
- Terrorist killed in encounter: ଉଧମପୁର ପରେ କିସ୍ତୱାରରେ ଟଳିଲା ଜୈସ ଆତଙ୍କୀ; ଏନକାଉଣ୍ଟର ଜାରି
- ୧୯ ବର୍ଷରୁ କମ ବିଶ୍ୱକପ: ରେକର୍ଡ ୧୦ମ ଥର ପାଇଁ ଫାଇନାଲରେ ଟିମ ଇଣ୍ଡିଆ, ଜର୍ଜଙ୍କ ଶତକ
- Forest Fire Control: ବନାଗ୍ନି ନିୟନ୍ତ୍ରଣ ପାଇଁ ବ୍ୟବହାର କରାଯିବ କ୍ୟାମେରା ଓ ଡ୍ରୋନ;ନିଆଁ ଲାଗିଲେ ଏହି ନଂରେ କଲ୍…
- ତୁର୍କୀ ବିମାନର ଇଞ୍ଜିନରେ ନିଆଁ; କୋଲକାତା ଏୟାରପୋର୍ଟରେ ଜରୁରୀ ଅବତରଣ
- ମଣିପୁରର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ୟୁମନାମ ଖେମଚାନ୍ଦ
- ଟି୨୦ ବିଶ୍ୱକପ : ଅଭିଷେକଙ୍କ ସହ ଓପିନଂ କରିବେ ଈଶାନ, ସଂଜୁ ବସିବେ ବେଂଚରେ
Comments are closed.