ବେଙ୍ଗାଲୁର: ଚଳିତ ଆଇପିଏଲରେ କେଏଲ ରାହୁଲଙ୍କ ଚମତ୍କାର ବ୍ୟାଟିଂ ସହାୟତରେ ଦିଲ୍ଲୀ କ୍ୟାପିଟାଲ୍ସ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରକୁ ୮ ୱିକେଟରେ ପରାସ୍ତ କରିଛି । ଏହି ମ୍ୟାଚ ଅବସରରେ କୋଚ ଦୀନେଶ କାର୍ତିକଙ୍କ ସହ ବିରାଟ କୋହଲି ଆଲୋଚନା କରୁଥିବା ଦେଖିବାକୁ ମିଳିଥିଲା । କୋହଲି ଅଧିନାୟକ ରଜତ ପାଟୀଦାରଙ୍କ କେତେକ ନିଷ୍ପତି ନେଇ ସନ୍ତୁଷ୍ଟ ନାହାନ୍ତି ବୋଲି ରିପୋର୍ଟ ପ୍ରକାଶ ପାଇଛି । ଅବଶ୍ୟ କୋହଲି କେଉଁ କଥା ନେଇ କାର୍ତିକଙ୍କ ସହ ଆଲୋଚନା କରୁଥିଲେ ତାହା ସ୍ପଷ୍ଟ ହୋଇନି । କାର୍ତିକଙ୍କ ସହ ଆଲୋଚନା କରିବା ପରେ କୋହଲି ପେସ ବୋଲର ଭୁବନେଶ୍ୱରଙ୍କ ସହ କଥା ହୋଇଥିଲେ । ଶେଷ ଟାଇମ ଆଉଟ ବେଳେ ସେ ପଡିଆରେ ନ ଥିଲେ ।
ମ୍ୟାଚ ପରେ ପାଟୀଦାର ଦଳର ପରାଜୟ ପାଇଁ ବ୍ୟାଟ୍ସମ୍ୟାନଙ୍କ ପ୍ରଦର୍ଶନକୁ ଦାୟୀ କରିଥିଲେ । ୮୦ ରନରେ ଗୋଟିଏ ୱିକେଟ ହରାଇବା ପରେ ୯୦ ରନ ମଧ୍ୟରେ ଆଉ ୩ଟି ୱିକେଟ ହରାଇବା ଗ୍ରହଣୀୟ ନୁହେଁ । ତେବେ କୋହଲି କେଉଁ କାରଣ ନେଇ ବିରକ୍ତ ହୋଇଥିଲେ ତାହା ସମ୍ମୁଖକୁ ଆସି ନାହିଁ । ଭାଷ୍ୟକାର ଆକାଶ ଚୋପ୍ରା ଓ ବୀରେନ୍ଦ୍ର ସେହ୍ୱାଗ କହିଥିଲେ, ଯଦି କିଛି ସମସ୍ୟା ଅଛି କୋହଲି ନିଜେ ଯାଇ ରଜତଙ୍କ ସହ କଥା ହୋଇପାରିଥାନ୍ତେ । ରାହୁଲ ଏହି ମ୍ୟାଚରେ ୯୩ ରନ କରି ଅପରାଜିତ ରହିଥିଲେ ।
Comments are closed.