ନୂଆଦିଲ୍ଲୀ: ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର ଟର୍ମିନାଲ ୨ ଆସନ୍ତା ୧୫ ତାରିଖରୁ ହେବାକୁ ଯାଉଛି । ଟର୍ମିନାଲ ୨ ରୁ ପରିଚାଳିତ ସମସ୍ତ ବିମାନଗୁଡିକ ଏପ୍ରିଲ ୧୫ ରୁ ଟର୍ମିନାଲ ୧ କୁ ସ୍ଥାନାନ୍ତରିତ ହେବ । ଏନେଇ ଦିଲ୍ଲୀ ବିମାନମନ୍ଦର କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଜାରି କରାଯାଇଛି । ତେବେ ଟର୍ମିନାଲ ୨ରେ କିଛି ପ୍ରମୁଖ ରକ୍ଷଣାବେକ୍ଷଣ ଏବଂ ରନୱେ ଅପଗ୍ରେଡ କାର୍ଯ୍ୟ ନେଇ ଏହା ଏପ୍ରିଲ ୧୫ରୁ ବନ୍ଦ ରହିବ ।
ତେବେ ଦିଲ୍ଲୀ ବିମାନମନ୍ଦରରେ ବଢୁଥିବା ଯାତ୍ରୀ ସଂଖ୍ୟା ଏବଂ ସେମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖଇ ଏଭଳି ଡେଭଲପମେଣ୍ଟ କାର୍ଯ୍ୟ ହାତକୁ ନିଆଯିବ । ଯାହା ଯାତ୍ରୀଙ୍କ ଅଭିଜ୍ଞତାଙ୍କୁ ଆହୁରି ଉନ୍ନତ କରିବ । ଏନେଇଏୟାରଲାଇନ୍ସମାନେ ଯାତ୍ରା ପରାମର୍ଶ ଜାରି କରିବା ଆରମ୍ଭ କରିଛନ୍ତି, ଯାତ୍ରୀମାନଙ୍କୁ ସେମାନଙ୍କ ଯାତ୍ରା ସମୟସୂଚୀ ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଇଛି । ଯେହେତୁ ଗୋଟିଏ ଟର୍ମିନାଲରେ ଦୁଇଟି ଟର୍ମିନାଲର କାର୍ଯ୍ୟ ସମ୍ପନ୍ନ ହେବ, ତେଣୁ ରନୱେ କାର୍ଯ୍ୟ ପାଇଁ ବିମାନ ବିଳମ୍ବ କିମ୍ବା ପୁନଃନିର୍ଦ୍ଧାରିତ ହୋଇପାରେ ।
ଏନେଇ ଇଣ୍ଡିଗୋ ଏୟାରଲାଇନ୍ସ, ଏୟାର ଇଣ୍ଡିଆ ଏବଂ ଆକାସା ଏୟାର ସମେତ ପ୍ରମୁଖ ଭାରତୀୟ ବିମାନ ବାହକମାନେ ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ଟର୍ମିନାଲ ୨ରୁ ପୂର୍ବରୁ ସ୍ଥିର ହୋଇଥିବା ସମସ୍ତ ବିମାନଗୁଡିକ ଏବେ ଏପ୍ରିଲ ୧୫ରୁ ଟର୍ମିନାଲ ୧ରୁ ପ୍ରସ୍ଥାନ କରିବା ନେଇ ଘୋଷଣା କରିଛି ।
ଯାହାକୁ ନେଇ ଦିଲ୍ଲୀ ବିମାନମନ୍ଦର ପକ୍ଷରୁ ଜାରି କରାଯାଇଥିବା ବିବୃତ୍ତିରେ କୁହାଯାଇଛି, ୧୫ ଏପ୍ରିଲ ୨୦୨୫ ଠାରୁ, ଟର୍ମିନାଲ ୨ ରୁ ଚାଲୁଥିବା ସମସ୍ତ ବିମାନ ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ଟର୍ମିନାଲ ୧ କୁ ସ୍ଥାନାନ୍ତରିତ ହେବ । ଏହି ପରିବର୍ତ୍ତନ ଟର୍ମିନାଲ ୨ ରେ ଯୋଜନାବଦ୍ଧ ରକ୍ଷଣାବେକ୍ଷଣ କାର୍ଯ୍ୟ ଯୋଗୁଁ ହୋଇଛି, ଯାହା ଏହି ସମୟ ମଧ୍ୟରେ ଅଚଳ ରହିବ । ଦୟାକରି https://lnkd.in/g85RfUrx ରେ ଆପଣଙ୍କର ବିମାନ ସ୍ଥିତି ଯାଞ୍ଚ କରନ୍ତୁ କିମ୍ବା ସମ୍ପୃକ୍ତ ବିମାନ କମ୍ପାନୀ ସହିତ ଯୋଗାଯୋଗ କରନ୍ତୁ ।
ତେବେ ଏହି ନିର୍ମାଣ କାର୍ଯ୍ୟ ସେପ୍ଟେମ୍ବର ମଧ୍ୟଭାଗ ସୁଦ୍ଧା ସରିବା ନେଇ ଆଶା ରଖାଯାଇଛି । ପୁର୍ବରୁ ମଧ୍ୟ ଯାତ୍ରୀଙ୍କ ସଂଖ୍ୟା ନେଇ ଟର୍ମିନାଲ ୧ର ସମ୍ପ୍ରସାରଣ କାର୍ଯ୍ୟ ଏହି ନିକଟରଷ ଶେଷ ହୋଇଛି ।
Comments are closed.