Latest Odisha News

BREAKING NEWS

ଜାଣନ୍ତୁ, ‘ଧନୁ ସଂକ୍ରାନ୍ତି’କୁ ନେଇ କ’ଣ ରହିଛି କିମ୍ବଦନ୍ତୀ…

ଭୁବନେଶ୍ୱର: ଶ୍ରୀକ୍ଷେତ୍ର ସମେତ ପୁରପଲ୍ଲୀରେ ଶ୍ରଦ୍ଧାଳୁମାନେ ଭକ୍ତି ଓ ଆନନ୍ଦ ଉଲ୍ଲାସର ସହ ପବିତ୍ର ‘ଧନୁ ସଂକ୍ରାନ୍ତି’ ପାଳନ କରିଛନ୍ତି ।

ଏଥିସହିତ ଖଇ, ଘିଅ, ଗୁଜୁରାତି, ଡାଲଚିନି, କାଜୁ, ନଡିଆ ପାତି ଓ ଚିନିର ସମ୍ମିଶ୍ରଣରେ ପ୍ରସ୍ତୁତ ମୁଆଁ ତଥା ଉଖୁଡାକୁ ଠାକୁରଙ୍କ ନିକଟରେ ଅର୍ପଣ କରାଯାଇ ପୂଜାର୍ଚ୍ଚନା କରାଯାଇଥାଏ ।

ପୌଷ ମାସର ପ୍ରଥମ ଦିନକୁ ଧନୁ ସଂକ୍ରାନ୍ତି ରୂପେ ପାଳନ କରାଯାଇଥାଏ । ଏହି ଦିନଠାରୁ ଉତ୍ତରାୟଣ ସଂକ୍ରାନ୍ତି ତଥା ମକର ସଂକ୍ରାନ୍ତି ଯାଏଁ ପୁରୀରେ ମହାପ୍ରଭୁଙ୍କ ନିକଟରେ ‘ପହିଲି ଭୋଗ’ ନୀତିକାନ୍ତି ଚାଲିଥାଏ । ଏପରିକି କେହିକେହି ସୂର୍ଯ୍ୟଙ୍କୁ ମଧ୍ୟ ପୂଜା କରିଥାନ୍ତି ।

ଧନୁ ସଂକ୍ରାନ୍ତି ପ୍ରତିବର୍ଷ ଡିସେମ୍ବର ୧୫ ଅବା ୧୬ ତାରିଖରେ ପଡୁଥିବାରୁ ଏହା ସୂର୍ଯ୍ୟଙ୍କ ଦକ୍ଷିଣାୟନ ସମୟରେ ଦକ୍ଷିଣର୍ଭୁକ୍ତ । ତଥା ଏହି ଦିନରେ ସୂର୍ଯ୍ୟ ଦେବତା ଧନୁ ରାଶିରେ ଚଳନ କରିଥାନ୍ତି ।

ଜ୍ୟୋତିଷ ଶାସ୍ତ୍ରାନୁଯାୟୀ ଧନୁ ସଂକ୍ରାନ୍ତିର ପୁନ୍ୟକାଳ ଦ୍ୱିପ୍ରହର ୩ଟା ୪୩ମି.ରୁ ୫ଟା ୨୭ମି. ଯାଏଁ ରହିଥିବାବେଳେ ମହା ପୁନ୍ୟକାଳ ସମୟ ଦ୍ୱିପ୍ରହର ୩ଟା ୪୩ମି.ରୁ ୫ଟା ୨୬ମି. ପର୍ଯ୍ୟନ୍ତ ରହିଛି।

ଲୋକକଥାନୁଯାୟୀ, ପୌଷ ମାସରେ ଧାନ ଅମଳ ପରେ ଓଡିଆ ଚଳଣୀ ଅନୁଯାୟୀ ‘ଉଖୁଡା’ ବା ‘ମୁଆଁ’ ପ୍ରସ୍ତୁତ କରାଯାଇ ପ୍ରଭୁଙ୍କୁ ଅର୍ପଣ କରାଯାଏ । ଏହି ମାସରେ ବିବାହ, ବ୍ରତଘର, ନିର୍ବନ୍ଧ, ଗୃହ ପ୍ରତିଷ୍ଠା ଭଳି କାର୍ଯ୍ୟ କରାଯାଇନଥାଏ ।

ପୌରାଣିକ କାହାଣୀ ଅନୁଯାୟୀ, ଦ୍ୱାପର ଯୁଗରେ ଯଶେ।।ଦାଙ୍କର ପୁତ୍ର ବାତ୍ସଲ୍ୟ ପ୍ରମାଣ ସ୍ୱରୂପ ଲକ୍ଷ୍ମୀ ମାତା ପିତୃ ଗୃହ ଗମନ ହେତୁ ପହିଲି ଭୋଗର ସୃଷ୍ଟି ହୋଇଛି । ଏପରିକି ମାତା ଲକ୍ଷ୍ମୀଙ୍କ ଅନୁପସ୍ଥିତିରେ ଯଶୋଦା ମା’ ପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ପାଇଁ ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ କରି ଖୁଆଇଥାନ୍ତି ।

Leave A Reply

Your email address will not be published.