Latest Odisha News

BREAKING NEWS

ଭଗବଦ୍ ଗୀତା ଓ ନାଟ୍ୟଶାସ୍ତ୍ରକୁ ମିଳିଲା ୟୁନେସ୍କୋ ସମ୍ମାନ

ନୂଆଦିଲ୍ଲୀ: ଭାରତୀୟ ମାନଙ୍କ ପାଇଁ ଖୁସି ଓ ଗର୍ବର ମୁହୁର୍ତ୍ତ।ୟୁନେସ୍କୋର ମେମୋରୀ ଅଫ୍ ଦି ୱାର୍ଲ୍ଡ ରେଜିଷ୍ଟରରେ ଭଗବଦ୍ ଗୀତା ଏବଂ ଭରତ ମୁନିଙ୍କ ନାଟ୍ୟଶାସ୍ତ୍ରକୁ ସାମିଲ କରାଯାଇଛି।

ଏହାକୁ ନେଇ ପ୍ରଧାନମନ୍ତ୍ରୀ ମୋଦି ଖୁସି ପ୍ରକାଶ କରିବା ସହ କହିଛନ୍ତି ଯେ ଏହା ବିଶ୍ୱର ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବର ମୁହୂର୍ତ୍ତ। ଏଥିସହିତ କେନ୍ଦ୍ର ସଂସ୍କୃତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ମଧ୍ୟ ନିଜର ଖୁସି ବ୍ୟକ୍ତ କରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ ନିଜର ଏକ୍ସ ପୋଷ୍ଟରେ ଲେଖିଛନ୍ତି ଯେ ଏହା ଏକ ଗର୍ବର ମୁହୂର୍ତ୍ତ ଅଟେ। ଗୀତା ଏବଂ ନାଟ୍ୟ ଶାସ୍ତ୍ର ବହୁ ଶତାବ୍ଦୀରୁ ସଭ୍ୟତା ଏବଂ ଚେତନାକୁ ଉନ୍ନତ କରିଆସୁଛି ଓ ଏହାର ଅନ୍ତର୍ଦୃଷ୍ଟି ବିଶ୍ୱକୁ ପ୍ରେରଣା ମଧ୍ୟ ଦେଉଛି।

ସେହିପରି କେନ୍ଦ୍ର ସଂସ୍କୃତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ମଧ୍ୟ ଏକ୍ସରେ ନିଜର ଉତ୍ସାହ ପ୍ରକାଶ କରି ଲେଖିଛନ୍ତି ଯେ ଏହା ଭାରତର ସଭ୍ୟତା, ଐତିହ୍ୟ ପାଇଁ ଏକ ଐତିହାସିକ ମୁହୂର୍ତ୍ତ ଅଟେ।

Comments are closed.