Latest Odisha News

BREAKING NEWS

ଭାଙ୍ଗୁଛି ମାଓଗଡ଼: ଆତ୍ମସମର୍ପଣ କଲେ ୨୨ ହାର୍ଡକୋର ମାଓବାଦୀ

ସୁକମା: ଭାଙ୍ଗୁଛି ମାଓଗଡ଼। ଗତ କିଛି ଦିନ ହେବ ବହୁ ସଂଖ୍ୟକ ମାଓବାଦୀ ଆତ୍ମସମର୍ପଣ କରୁଛନ୍ତି। ଏବେ ପୁଣି ୨୨ ହାର୍ଡକୋର ମାଓବାଦୀ କରିଛନ୍ତି ଆତ୍ମସମର୍ପଣ। ଛତିଶଗଡ଼ର ସୁକମା ଜିଲ୍ଲା ଏସପିଙ୍କ ନିକଟରେ ୨୨ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ନାଁରେ ୪୦ ଲକ୍ଷ ଟଙ୍କା ପୁରସ୍କାର ରହିଥିଲା।

ପୋଲିସର ଗୋଟିଏ ପରେ ଗୋଟିଏ ଏନକାଉଣ୍ଟରରେ ନିହତ ହେଲେଣି ଶତାଧିକ ମାଓବାଦୀ। ଜୀବନ ବଞ୍ଚାଇବାକୁ ଏବେ ବାଟ ଖୋଜୁଛନ୍ତି ମାଓବାଦୀ। ତେଣୁ ପୋଲିସ ନିକଟରେ ଆତ୍ମସମର୍ପଣ କଲେଣି ଶହ ଶହ ମାଓବାଦୀ। ଏହି ଧାରା ଏବେ ଜାରି ରହିଛି।

ଆଜି ଛତିଶଗଡ଼ ସରକାରଙ୍କ ପୁନର୍ବାସ ଯୋଜନାରେ ଆକର୍ଷିତ ହୋଇ ୨୨ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ ପାଇଁ ସବୁ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇଦେବାକୁ ସୁକମା ଏସପି କହିଛନ୍ତି।

Comments are closed.