ଭୁବନେଶ୍ବର: ରାଜ୍ୟରେ ବର୍ତ୍ତମାନ ଲାଗି ରହିଛି କାଳବୈଶାଖୀ ବର୍ଷା । ପ୍ରବଳ ପବନ ସାଙ୍ଗକୁ ବିଜଳି ଘଡ଼ଘଡି ସହ କୁଆପଥର ବର୍ଷାରେ ନାହିଁ ନଥିବା ହଇରାଣ ହେଉଛନ୍ତି ରଜ୍ୟବାସୀ । ତେବେ ଆହୁରି ୪ଦିନ କାଳବୈଶାଖୀ ସମ୍ଭାବନା ଥିବା କହିଛି ପାଣିପାଗ ବିଭାଗ ।
ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ବହିପାରେ ପବନ । ବିଜଳି ଘଡ଼ଘଡି ସହ କୁଆପଥର ବର୍ଷା ହୋଇପାରେ । ଆଜି ପାଇଁ ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ନୟାଗଡ, ଅନୁଗୁଳ, ଢେଙ୍କାନାଳ, ନୂଆପଡା, କଳାହାଣ୍ଡି, ବଲାଙ୍ଗିର, କନ୍ଧମାଳ ଆଦି ଜିଲ୍ଲାରେ ବର୍ଷା ହେବ । ଯାଜପୁର, ଭଦ୍ରକ, କଟକ, ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡା ଓ ଜଗତସିଂହପୁରକୁ ମଧ୍ୟ ଆଲର୍ଟ ଜାରି ହୋଇଛି ।
ସେହିପରି ଆସନ୍ତାକାଲି ପାଇଁ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଗୋଟିଏରୁ ଦୁଇଟି ସ୍ଥାନରେ ଘଡଘଡି, କୁଆପଥର ମାଡ ସହ ଝଟକା ପବନ ହୋଇପାରେ । ଆସନ୍ତା ୨୪ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ଏଭଳି ସ୍ଥିତି ଲାଗି ରହିବ ବୋଲି ଆଶଙ୍କା କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ।
Comments are closed.