Latest Odisha News

BREAKING NEWS

କଳିଙ୍ଗ ସୁପର କପ୍ ୨୦୨୫; ଷ୍ଟାଡିୟମ୍ ଭିତରକୁ ନେଇପାରିବେନି ଏସବୁ ଜିନିଷ

ଭୁବନେଶ୍ୱର: କଳିଙ୍ଗ ସୁପର କପ୍ ୨୦୨୫ରେ ଦେଶର ଶ୍ରେଷ୍ଠ କ୍ଲବଗୁଡ଼ିକୁ ଦେଖିବା ପାଇଁ ପ୍ରଶଂସକମାନେ ପ୍ରସ୍ତୁତ ହେଉଛନ୍ତି।

ଆଉ କିଛି ଘଣ୍ଟା ପରେ, ଡିଫେଣ୍ଡିଂ ଚାମ୍ପିଅନ୍ ଇଷ୍ଟ ବେଙ୍ଗଲ୍ ବିପକ୍ଷରେ କେରଳ ବ୍ଲାଷ୍ଟର୍ସ ପ୍ରି-କ୍ୱାର୍ଟରଫାଇନାଲ ମୁକାବିଲା ସହ କଳିଙ୍ଗ ଷ୍ଟାଡିୟମରେ ନକଆଉଟ୍ ଟୁର୍ଣ୍ଣାମେଣ୍ଟ ଆରମ୍ଭ କରିବ।

ଘରୋଇ ଦଳ ଓଡ଼ିଶା ଏଫସି ସୋମବାର ସନ୍ଧ୍ୟାରେ ପଞ୍ଜାବ ଏଫସି ବିପକ୍ଷରେ ରାଉଣ୍ଡ-ଅଫ୍-୧୬ ମ୍ୟାଚ୍ ସହିତ ଅଭିଯାନ ଆରମ୍ଭ କରିବ। ଯାହା ରାତି ୮ଟାରେ ଆରମ୍ଭ ହେବ।

ତେବେ ଷ୍ଟାଡିୟମକୁ ଯିବା ପୂର୍ବରୁ ଦର୍ଶକମାନେ କେଉଁ ଜିନିଷ ଗ୍ରାଉଣ୍ଡକୁ ନ ନେବେ ସେନେଇ ପରାମର୍ଶ ଦିଆଯାଇଛି। ଖାଦ୍ୟ, କଏନ, କ୍ୟାମେରା ଏବଂ ଛତା ନେଇ ଷ୍ଟାଡିୟମ୍ ଯିବାକୁ ଅନୁମତି ଦିଆଯିବନାହିଁ। ସେହିପରି ପାୱାର ବ୍ୟାଙ୍କ, ସିଗାରେଟ୍ ଲାଇଟର, ସେଲ୍ଫି ଷ୍ଟିକ୍, କାଠ ବାଡ଼ି, ଧାରୁଆ ବସ୍ତୁ, ବ୍ୟାକପ୍ୟାକ୍, ବୋତଲ, ଅସ୍ତ୍ରଶସ୍ତ୍ର, ହେଲମେଟ୍ ନେଇପାରିବେ ନାହିଁ।

Comments are closed.