Latest Odisha News

BREAKING NEWS

ଡେଲାଙ୍ଗ ବର୍ବର ହତ୍ୟାକାଣ୍ଡ କିପରି ଘଟଣାଇଥିଲା ଅଭିଯୁକ୍ତ ଖୁଲାସା କଲେ ଏସପି

ପୁରୀ: ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଅଧୀନ ରତନପୁର ଗ୍ରାମରେ ୧୧ ବର୍ଷର ନାବାଳକ ଆଶୀର୍ବାଦର ଅତି ନିର୍ମମ ଭାବେ ହତ୍ୟା କରିବା ଘଟଣା ଏବେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏପ୍ରିଲ ୧୫ ତାରିଖ ସନ୍ଧ୍ୟାରୁ ନିଖୋଜ ଥିବା ଆଶୀର୍ବାଦର ମୃତ ଦେହ ଛଅ ଦିନ ପରେ ଏକ ସେଫ୍ଟିକ ଟାଙ୍କିରୁ ଉଦ୍ଧାର କରିଥିଲା ପୋଲିସ । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ପ୍ରଭାକର ସାହୁ ଓରଫ ବାପିକୁ ଗିରଫ କରିଛି ପୋଲିସ ।

ଏହି ଘଟଣାର ତଦନ୍ତ ପରେ ପୁରୀ ଏସପି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇ କହିଛନ୍ତି ଯେ, ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ପ୍ରଭାକର ସାହୁ ଏକମାତ୍ର ଅଭିଯୁକ୍ତ ବୋଲି ଜଣାପଡ଼ିଛି । ହତ୍ୟାକାରୀ ଏକ ପରିତ୍ୟକ୍ତ  ପିଲାଟିକୁ ବସାଇ ଥଣ୍ଡା ପିଆଇଥିଲା। ଟେନିସ୍‌ ବଲ୍‌ କିଣିବା ପାଇଁ ୧୦୦ ଟଙ୍କା ଦେଇଥିଲା ପ୍ରଭାକର । ଏହାପରେ ପିଲାଟିକୁ ଯୌନ ନିର୍ଯାତନା ଦିଆଯାଇଥିଲା । ଏହି ସମୟରେ ଘର ବାହାରେ ଗାଁ ଲୋକଙ୍କ ପାଟି ଶୁଭିଥିଲା । ଲୋକଙ୍କ ପାଟି ଶୁଣି ଆଶୀର୍ବାଦ କହିଥିଲା, ପଇସା ଦିଅ ନହେଲେ କହିଦେବି । ଲୋକଙ୍କ ପାଟି ଶୁଣି ଆଶୀର୍ବାଦର ପାଟି ଚିପି ଶ୍ୱାସରୁଦ୍ଧ କରିଥିଲା ଅଭିଯୁକ୍ତ ପ୍ରଭାକର । ପରେ ସେଫ୍ଟିକ ଟାଙ୍କିରେ ପକାଇ ଦେଇଥିଲା । ତେବେ ଟାଙ୍କିରେ ପଡ଼ିବା ପରେ ମୃତ୍ୟୁ ନା ପୂର୍ବରୁ ମୃତ୍ୟୁ ହୋଇଥିଲା ତାହା ସ୍ପଷ୍ଟ ହୋଇନି । ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ଏହା ଜଣାପଡିବ ବୋଲି ପୁରୀ ଏସପି କରିଛନ୍ତି ।

ଏସ୍‌ପି ଆହୁରି କହିଛନ୍ତି ଯେ, ଏହି ବିବତ୍ସ ହତ୍ୟାକାଣ୍ଡରେ ସାମିଲ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ପାଇଁ ତଦନ୍ତ ଚାଲିଛି । ଦୋଷୀଙ୍କୁ କଠୋର ଦଣ୍ଡ ଦିଆଯିବ ବୋଲି ଏସପି କହିଛନ୍ତି ।

ଅନ୍ୟପଟେ, ଏହି ହତ୍ୟାକାଣ୍ଡ ବ୍ୟବସାୟିକ ଶତୃତା ବୋଲି କୁହାଯାଉଥିବାବେଳେ ଏହାକୁ ଖଣ୍ଡନ କରିଛନ୍ତି ପରିବାର ଲୋକେ । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟ ସହ ଉତ୍ତେଜନା ଦେଖାଦେଇଛି । ପୋଲିସ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି ।

Comments are closed.