ନୂଆଦିଲ୍ଲୀ: ଜମ୍ମୁ କଶ୍ମୀର ପହଲଗାମରେ ପର୍ଯ୍ୟଟକଙ୍କୁ ଟାର୍ଗେଟ କରି ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କ ମୃତ୍ୟୁ ଘଟଣାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୃଢ ନିନ୍ଦା କରିଛନ୍ତି । ଟ୍ରମ୍ପ କହିଛନ୍ତି, କଶ୍ମୀରରୁ ଆସିଥିବା ଖବର ଅତ୍ୟନ୍ତ ବିଚଳିତ କରୁଛି । ଯୁକ୍ତରାଷ୍ଟ୍ର ଆତଙ୍କବାଦ ବିରୋଧରେ ଭାରତ ସହ ଦୃଢ଼ଭାବେ ଛିଡ଼ା ହୋଇଛି । ଯେଉଁମାନେ ପ୍ରାଣ ହରାଇଛନ୍ତି ସେମାନଙ୍କ ଆତ୍ମାର ଶାନ୍ତି ପାଇଁ ଏବଂ ଆହତମାନଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛୁ ।
ପ୍ରଧାନମନ୍ତ୍ରୀ ମୋଦି ଏବଂ ଭାରତର ଅସାଧାରଣ ଜନତାଙ୍କୁ ଆମର ପୂର୍ଣ୍ଣ ସମର୍ଥନ ଏବଂ ଗଭୀର ସମବେଦନା ରହିଛି । ଆମର ହୃଦୟ ଆପଣମାନଙ୍କ ସହ ଅଛି ବୋଲି ଟ୍ରମ୍ପ ଟ୍ରୁଥ୍ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ।
ସେହିପରି ପହଲଗାମରେ ପର୍ଯ୍ୟଟକଙ୍କ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ ଉପରେ ଆମେରିକା ନଜର ରଖିଥିବା କହିଛନ୍ତି ହ୍ୱାଇଟ ହାଉସ ପ୍ରେସ ସେକ୍ରେଟାରୀ କାରୋଲାଇନ ଲିଭିଟ । ସେ କହିଛନ୍ତି, ରାଷ୍ଟ୍ରପତିଙ୍କୁ ଜାତୀୟ ସୁରକ୍ଷା ଉପଦେଷ୍ଟା ଦ୍ୱାରା ସୂଚନା ଦିଆଯାଇଛି ଏବଂ ଅଧିକ ତଥ୍ୟ ଜଣାପଡ଼ିବା ସହ ତାଙ୍କୁ ଅପଡେଟ ମଧ୍ୟ କରାଯାଉଛି ।
ରାଷ୍ଟ୍ରପତି ଟ୍ରମ୍ପ ଯଥାଶୀଘ୍ର ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥା ହେବେ ଏବଂ ଆମର ପ୍ରାର୍ଥନା ଆହତମାନଙ୍କ ସହ ଅଛି, ସାଙ୍ଗରେ ଆମର ମିତ୍ର ଦେଶ ଭାରତ ପାଇଁ ଆମର ଦେଶର ସମର୍ଥନ ରହିଛି ।
#WATCH | Washington, DC | #PahalgamTerrorAttack | White House Press Secretary Karoline Leavitt says, "The President has been briefed by the National Security Advisor and he's being kept up to speed as more facts are learned. What we know already is that dozens were killed and… pic.twitter.com/R1InMXdTRu
— ANI (@ANI) April 22, 2025
ଅନ୍ୟପଟେ, ଏହି ଘଟଣାକୁ ହୃଦୟ ବିଦାରକ କହିବା ସହ ଗଭୀର ଶୋକପ୍ରକାଶ କଲେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ଭାରତରେ ଫ୍ରାନ୍ସ ରାଷ୍ଟ୍ରଦୂତ ଥିଏରୀ ମଥୋ ଲେଖିଛନ୍ତି, “ମୁଁ ଜମ୍ମୁ ଏବଂ କଶ୍ମୀରରେ ହୋଇଥିବା ନୃଶଂସ ଆକ୍ରମଣର ଦୃଢ଼ ନିନ୍ଦା କରୁଛି । ପୀଡିତ ଏବଂ ସେମାନଙ୍କ ପରିବାର ପ୍ରତି ମୋର ସମବେଦନା । ଆତଙ୍କବାଦ ବିରୋଧରେ ଲଢ଼େଇରେ ଫ୍ରାନ୍ସ ଭାରତ ସହିତ ଏକତାରେ ଠିଆ ହୋଇଛି।”
Comments are closed.