Latest Odisha News

BREAKING NEWS

୬.୨ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପରେ ଥରିଲା ତୁର୍କୀ

ନୂଆଦିଲ୍ଲୀ:ବୁଧବାର ଦିନ ହଠାତ୍ ଥରି ଉଠିଲା ତୁର୍କୀ । ଅପରାହ୍ନ ୩:୧୯ ରେ ଘଟିଥିବା ଏହି ଶକ୍ତିଶାଳୀ ଭୂମିକମ୍ପ କେବଳ ତୁର୍କୀରେ ନୁହେଁ ବରଂ ବୁଲଗେରିଆ, ଗ୍ରୀସ୍ ଏବଂ ରୋମାନିଆ ଭଳି ପଡ଼ୋଶୀ ଦେଶଗୁଡ଼ିକରେ ମଧ୍ୟ ଲୋକଙ୍କୁ ଭୟଭୀତ କରିଥିଲା। ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୨ ଥିଲା, ଏହାର କେନ୍ଦ୍ରସ୍ଥଳ ଇସ୍ତାନବୁଲରୁ ପ୍ରାୟ ୮୦ କିଲୋମିଟର ଦୂରରେ ଥିଲା। କମ୍ପନ ଅନୁଭୂତ ହେବାରୁ ଲୋକମାନେ ନିଜ ଘର ଛାଡି ବାହାରକୁ ଚାଲି ଆସିଥିଲେ।

ଏହାର କେନ୍ଦ୍ରବିନ୍ଦୁ ଇସ୍ତାମ୍ବୁଲରୁ ପଶ୍ଚିମକୁ ପ୍ରାୟ ୮୦ କିଲୋମିଟର (୫୦ ମାଇଲ) ଦୂରରେ ସିଲିଭ୍ରି ଅଞ୍ଚଳରେ ଥିଲା। AFAD ଅନୁସାରେ, ଏହା ୬.୯୨ କିଲୋମିଟର (୪.୩ ମାଇଲ) ଗଭୀରତାରେ ଘଟିଥିଲା। ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତି ରିପୋର୍ଟ ହୋଇନାହିଁ।

ତୁର୍କୀ ଭୂକମ୍ପ ପ୍ରବଣ ଅଞ୍ଚଳରେ ଅବସ୍ଥିତ। ୨୦୨୩ରେ ତୁର୍କୀରେ ଆସିଥିବା ବିନାଶକାରୀ ଭୂକମ୍ପ ଯୋଗୁଁ ଜନଜୀବନ ଛାରଖାର ହୋଇଯାଇଥିଲା । ଏହାର ତୀବ୍ରତା ୭.୮ ରହିଥିଲା । ୨୪ ହଜାର ଲୋକ ମୃତ୍ୟୁବରଣ କରିଥିଲେ । ପାଖାପାଖି ଏକ ଲକ୍ଷ ଲୋକ ଆହତ ହୋଇଥିଲେ ।

ବିପର୍ଯ୍ୟୟ ପରିଚାଳନା ସଂସ୍ଥାଗୁଡ଼ିକୁ ସତର୍କ ରଖାଯାଇଛି ଏବଂ ରିଲିଫ୍ ଏବଂ ଉଦ୍ଧାର ଦଳଗୁଡ଼ିକୁ ସମ୍ଭାବ୍ୟ ପ୍ରଭାବିତ ଅଞ୍ଚଳକୁ ପଠାଯାଇଛି। ଏହା ସହିତ, ଜରୁରୀକାଳୀନ ହେଲ୍ପଲାଇନ୍ ନମ୍ବର ମଧ୍ୟ ଜାରି କରାଯାଇଛି। ଲୋକଙ୍କୁ ସତର୍କ କରାଯାଇଛି ଯେ ପରବର୍ତ୍ତୀ ଭୂକମ୍ପର ସମ୍ଭାବନା ଏବେ ବି ରହିଛି।

 

Comments are closed.