Latest Odisha News

BREAKING NEWS

ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନେଇ ଆସନ୍ତାକାଲି ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ: ଜମ୍ମୁ ଓ କାଶ୍ମୀରର ପହଲଗାମରେ ଘଟିଥିବା ଆତଙ୍କୀ ହମଲାକୁ ନେଇ କେନ୍ଦ୍ର ସରକାର ଆସନ୍ତାକାଲି(୨୪ ଏପ୍ରିଲ ୨୦୨୫) ସନ୍ଧ୍ୟା ୬ଟାରେ ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି । ଏହି ବୈଠକର ଅଧ୍ୟକ୍ଷତା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କରିବେ, ଏବଂ ଗୃହମନ୍ତ୍ରୀ ଅମିତ ଶାହା ବିଭିନ୍ନ ରାଜନୈତିକ ଦଳର ନେତାମାନଙ୍କୁ ଘଟଣା ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିବେ।

ସୂତ୍ର ଅନୁସାରେ, ଗୃହମନ୍ତ୍ରୀ ଅମିତ ଶାହ ଏବଂ ରାଜନାଥ ସିଂହ ଏହି ପ୍ରସଙ୍ଗରେ ବିଭିନ୍ନ ଦଳର ନେତାଙ୍କ ସହ କଥାବାର୍ତ୍ତା କରୁଛନ୍ତି। କଂଗ୍ରେସ ସମେତ ଅନେକ ବିରୋଧୀ ଦଳ ଦାବି କରିଥିଲେ ଯେ ସରକାର ଏହି ପ୍ରସଙ୍ଗରେ ସମସ୍ତ ଦଳର ଏକ ବୈଠକ ଡାକିବା ଉଚିତ। CCS ବୈଠକରେ ନିଆଯାଇଥିବା କୂଟନୈତିକ ନିଷ୍ପତ୍ତି ସମ୍ପର୍କରେ ସର୍ବଦଳୀୟ ବୈଠକରେ ସୂଚନା ଦିଆଯିବ। ବିରୋଧୀ ଦଳର ସଦସ୍ୟମାନଙ୍କଠାରୁ ପରାମର୍ଶ ଏବଂ ମତାମତ ଲୋଡାଯିବ। ସେମାନଙ୍କ ମତାମତ ଏବଂ ପରାମର୍ଶ ପରେ, ଏହି ପ୍ରସଙ୍ଗରେ ସମସ୍ତଙ୍କ ସ୍ବର ସମାନ ରହୁ ବୋଲି ସରକାର ଚେଷ୍ଟା କରିବେ।

ଭାରତ ସରକାରଙ୍କ ପ୍ରତ୍ୟେକ କାର୍ଯ୍ୟରେ ବିରୋଧୀ ଦଳଗୁଡ଼ିକର ସହମତି ପାଇଁ ସରକାର ଚେଷ୍ଟା କରିବେ। ଯାହା ଦ୍ଵାରା ଏହି ବାର୍ତ୍ତା ଯିବ ଯେ ଏହି ଆତଙ୍କବାଦୀ ଘଟଣା ଉପରେ ଯାହା ପ୍ରତିକ୍ରିୟା ଦିଆଯାଉଛି ଏବଂ ଦିଆଯିବ, ସେଥିରେ ସମସ୍ତ ଦଳ ଏକମତ।

ବୁଧବାର ସନ୍ଧ୍ୟାରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାଧାରଣ ନାଗରିକଙ୍କୁ ଟାର୍ଗେଟ କରି ହୋଇଥିବା ସବୁଠାରୁ ବଡ଼ ଆତଙ୍କବାଦୀ ଆକ୍ରମଣ ପରିପ୍ରେକ୍ଷୀରେ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ କମିଟିର ଏକ ବୈଠକର ଅଧ୍ୟକ୍ଷତା କରିଥିଲେ।

Comments are closed.