Latest Odisha News

BREAKING NEWS

ବଡ଼ ଷଡ଼ଯନ୍ତ୍ର: ସୀମାରେ ଲୁଚିଛନ୍ତି ୨ ହଜାର ନକ୍ସଲ, ୧୦ ହଜାର ଯବାନ ମୁତୟନ

ହାଇଦ୍ରାବାଦ: ତେଲଙ୍ଗାନାର ମୁଲୁଗୁ ଜିଲ୍ଲା କାରେଗୁଟା ପାହାଡ଼ରେ ଲୁଚି ରହିଛନ୍ତି ପ୍ରାୟ ୨ ହଜାର ନକ୍ସଲ। ଏହି ସୂଚନା ପାଇବା ପରେ ସିଆର୍‌ପିଏଫ୍‌ ତରଫରୁ ଅଞ୍ଚଳ ଉପରେ କଡ଼ା ନଜର ରଖାଯାଇଛି। ପ୍ରାୟ ୧୦ ହଜାର ଯବାନଙ୍କୁ କାରେଗୁଟାରେ ମୁତୟନ କରାଯାଇଛି।

ହେଲିକପ୍‌ଟର୍‌ ଏବଂ ଡ୍ରୋନ୍‌ର ସହାୟତା ନିଆଯାଇଛି। କମ୍ବିଂ ଅପରେସନରେ ୪ ରାଜ୍ୟର ଯବାନ ସାମିଲ ଅଛନ୍ତି। ଓଡ଼ିଶା-ଆନ୍ଧ୍ର, ତେଲେଙ୍ଗାନା ଓ ଛତିଶଗଡ଼ ସୀମା ଜଙ୍ଗଲରେ ଯାଞ୍ଚ କରାଯାଉଛି। ପୂରା ଅଞ୍ଚଳକୁ ଯବାନଙ୍କ ପକ୍ଷରୁ ଘେରାବନ୍ଦୀ କରାଯାଉଥିବା ଖବର ପାଇ ମାଓ କମାଣ୍ଡର ହିଡମା ଅନ୍ୟ କେତେକ ସାଥୀଙ୍କ ସହ ସୁରକ୍ଷିତ ଅଞ୍ଚଳକୁ ଚାଲିଯାଇଥିବା କୁହାଯାଉଛି।

ମିଳିଥିବା ସୂଚନା ଅନୁଯାୟୀ, ଛତିଶଗଡ଼ ଏବଂ ତେଲଙ୍ଗାନାର ପ୍ରାୟ ୨ ହଜାର ମାଓବାଦୀ କାରେଗୁଟା ଜଙ୍ଗଲ ଓ ପାହାଡ଼ରେ ରହି ବଡ଼ ହିଂସାକାଣ୍ଡ ଯୋଜନାରେ ଥିବା ଗୁଇନ୍ଦା ସୂଚନା ପାଇଥିଲା ସୁରକ୍ଷା ବାହିନୀ। ଏହାପରେ ୪ ରାଜ୍ୟର ପ୍ରାୟ ୧୦ ହଜାର ଯବାନଙ୍କୁ କାରେଗୁଟାରେ ମୁତୟନ କରାଯାଇଛି। ସିଆରପିଏଫ ଡିଜି ଏବଂ ଅନ୍ୟ କେତେକ ବରିଷ୍ଠ ଅଧିକାରୀ ସେଠାରେ ପହଞ୍ଚିଛନ୍ତି। ଯଦି ସୁରକ୍ଷାବାହିନୀ ପକ୍ଷରୁ ଏନ୍‌କାଉଣ୍ଟର କରାଯାଏ, ତାହା ଦେଶର ସବୁଠୁ ବଡ଼ ଏନ୍‌କାଉଣ୍ଟର ହେବ ବୋଲି ଜଣେ ସୁରକ୍ଷା ଅଧିକାରୀ କହିଛନ୍ତି।

 

Comments are closed.