ଭୁବନେଶ୍ବର: ରାହୁ ଏବଂ କେତୁଙ୍କୁ ଛାୟା ଗ୍ରହ ଭାବରେ ବିବେଚନା କରାଯାଏ । ଏମାନଙ୍କର ପ୍ରଭାବ ବ୍ୟକ୍ତିଙ୍କ ଉପରେ ଅଧିକ ପଡେ । ତେବେ ୧୮ ମେ’୨୦୨୫ରେ ରାହୁ ଏବଂ କେତୁ ସେମାନଙ୍କର ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି । ଏହି ଦିନ ରାହୁ ମୀନ ରାଶିରୁ କୁମ୍ଭ ରାଶିରେ ପ୍ରବେଶ କରିବେ । ସେପଟେ କେତୁ, କନ୍ୟା ରାଶିରୁ ସିଂହ ରାଶିରେ ପ୍ରବେଶ କରିବେ ।
ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ରାହୁ-କେତୁଙ୍କ ଏହି ରାଶି ପରିବର୍ତ୍ତନ ବାର ରାଶି ଉପରେ ପଡ଼ିବ । କିନ୍ତୁ କିଛି ରାଶିଙ୍କ ଉପରେ ରାହୁ ଏବଂ କେତୁଙ୍କ ବିଶେଷ ଶୁଭ ପ୍ରଭାବ ପଡିବ ।
ମକର: ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଶୁଭ ସମୟ ଆସୁଛି । ବହୁଦିନ ଧରି ଅଟକ ରହିଥିବା କାମରେ ସଫଳତା ମିଳିବ । ବ୍ୟବସାୟରେ ଆର୍ଥିକ ଲାଭ ହେବ । ସମାଜରେ ସମ୍ମାନ ବୃଦ୍ଧି ପାଇବ । ଆର୍ଥିକ ଅବସ୍ଥା ପୂର୍ବ ଅପେକ୍ଷା ଭଲ ରହିବ । ଘରେ ସୁଖ,ଶାନ୍ତି ଏବଂ ସମୃଦ୍ଧିର ବାତାବରଣ ସୃଷ୍ଟି ହେବ । ଧନରେ ସମୃଦ୍ଧି ଆସିବ ।
ମେଷ:ଏହି ରାଶିର ଲୋକଙ୍କ ପାଇଁ ବହୁତ ଶୁଭଦାୟକ । କ୍ୟାରିୟରରେ ଉନ୍ନତି ପାଇଁ ଆପଣଙ୍କୁ ନୂତନ ସୁଯୋଗ ମିଳିବ । ବହୁତ ଦିନ ଧରି ଚାଲିଥିବା ସମସ୍ୟାରୁ ଆରାମ ପାଇବେ । ଭାଗ୍ୟବାନ୍ ହେବେ । ବୈବାହିକ ଜୀବନରେ ଖୁସି ରହିବ ଏବଂ ଜୀବନର ସମସ୍ତ ବାଧାରୁ ମୁକ୍ତି ମିଳିବ ।
ଧନୁ: ଏହି ରାଶିର ବ୍ୟକ୍ତିମାନଙ୍କ ଚାକିରି ଏବଂ ବ୍ୟବସାୟରେ ଉନ୍ନତି ଆସିବ । ଆୟର ଅନେକ ନୂତନ ଉତ୍ସ ଖୋଲିବ, ଆର୍ଥିକ ଲାଭ ଆଣିବ । ଆତ୍ମବିଶ୍ୱାସ ବଢିବ । ସାହସର ସହିତ ସମସ୍ତ ଚ୍ୟାଲେଞ୍ଜର ସମ୍ମୁଖୀନ କରି ସଫଳତା ପାଇବେ । ପଦୋନ୍ନତି ହେବାର ସମ୍ଭାବନା ରହିଛି ।
ମିଥୁନ: ଏହି ରାଶିର ଲୋକ ଆର୍ଥିକ ଲାଭର ପ୍ରବଳ ସମ୍ଭାବନା ରହିଛି । ପ୍ରତ୍ୟେକ କାମରେ ସଫଳତା ମିଳିବ । କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ମିଳିପାରେ । ବୈବାହିକ ଜୀବନ ଖୁସିରେ କଟିବ । ଆପଣ ପ୍ରିୟ ମଣିଷ ସହିତ ଭଲ ସମୟ ବିତାଇବେ । ବିଦେଶ ଯାତ୍ରାର ସମ୍ଭାବନା ଦେଖାଯାଉଛି ।
ସିଂହ: ଏହି ରାଶିର ଲୋକଙ୍କ ପାଇଁ ଚାକିରି ଏବଂ ବ୍ୟବସାୟରେ ଉନ୍ନତିର ନୂତନ ସୁଯୋଗ ଖୋଲିବ । ହଠାତ୍ ଧନ ବୃଦ୍ଧି ହେବ । ପରିବାର ସଦସ୍ୟଙ୍କ ସହିତ ଖୁସିରେ ଦିନ କଟିବ। ମାନସିକ ଶାନ୍ତି ବଜାୟ ରହବି ।
Comments are closed.