ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଏହାର ମୁକାବିଲା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଭୁବନେଶ୍ୱର ସ୍ଥିତ ତିନୋଟି ପ୍ରମୁଖ ବଜାରରେ ବ୍ୟାପକ ଘୋଳଦହି ବିତରଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । କ୍ଷେତ୍ରୀୟ ନିର୍ଦ୍ଦେଶକ ଡା. ସାରଦା ପ୍ରସନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆରବିଆଇ ଭୁବନେଶ୍ୱରର କର୍ମଚାରୀମାନଙ୍କର ସ୍ୱେଚ୍ଛାକୃତ ଯୋଗଦାନ ମାଧ୍ୟମରେ ଏହି କାର୍ଯ୍ୟକ୍ରମ ସଫଳ ହୋଇପାରିଥିଲା ।
ପ୍ରଚଣ୍ଡ ରୌଦ୍ରତାପ ଯୋଗୁଁ ଶରୀରରେ ଜଳୀୟ ଅଂଶ ବଜାୟ ରଖିବା ନିମନ୍ତେ ଏହି ପଦକ୍ଷେପ ଉପଯୋଗୀ ଥିଲା । ଆରବିଆଇର ଏହି ଉଦାର କାର୍ଯ୍ୟଦ୍ୱାରା ସହରର ବ୍ୟସ୍ତବହୁଳ ବଜାର ଯଥା ୟୁନିଟ୍-୪ ମାର୍କେଟ, ନୟାପଲ୍ଲୀ ସ୍ଥିତ ଇନ୍ଦ୍ରଧନୁ ମାର୍କେଟ ଓ ବରମୁଣ୍ଡା ସ୍ଥିତ ରୁଚିକା ମାର୍କେଟରେ ପ୍ରାୟ ୧୦ ହଜାରରୁ ଅଧିକ ଲୋକ ଉପକୃତ ହୋଇଥିଲେ ।
ଏହି ଥଣ୍ଡା ପାନୀୟ ଲୋକମାନଙ୍କୁ ଆବଶ୍ୟକ ଆଶ୍ୱସ୍ତି ପ୍ରଦାନ କରିବା ସହିତ ଦୋକାନୀ ଏବଂ ପଥଚାରୀମାନଙ୍କ ମଧ୍ୟରେ ଗରମ ଜନିତ ଅସୁସ୍ଥତାକୁ ହ୍ରାସ କରିବାରେ ସାହାଯ୍ୟ କରିଥିଲା । ବଢୁଥିବା ତାପମାତ୍ରା ସମୟରେ ଆରବିଆଇର ଏହି ସମୟୋଚିତ ପଦକ୍ଷେପକୁ ଜନସାଧାରଣ ବ୍ୟାପକ ପ୍ରଶଂସା କରିବା ସହିତ ପ୍ରତିକୂଳ ପରିସ୍ଥିତିରେ ଗୋଷ୍ଠୀ ସେବାର ଏକ ଜ୍ୱଳନ୍ତ ଉଦାହରଣ ଭାବରେ ଗ୍ରହଣ କରିଥିଲେ । ଏହି ପଦକ୍ଷେପ ଆରବିଆଇର ତିନୋଟି ଆବାସିକ କଲୋନୀ ନିକଟବର୍ତ୍ତୀ ବଜାର ସ୍ଥାନରେ ସୁନାମ ସୃଷ୍ଟି କରିଥିଲା ।
Comments are closed.