Latest Odisha News

BREAKING NEWS

ସିଆରପିଏଫ୍ ଯବାନଙ୍କ ପାକିସ୍ତାନୀ ପତ୍ନୀଙ୍କୁ ମଧ୍ୟ ଛାଡିବାକୁ ପଡିଲା ଭାରତ; ଅନଲାଇନରେ କରିଥିଲେ ବିବାହ

ନୂଆଦିଲ୍ଲୀ:ଜମ୍ମୁ ଓ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପାକିସ୍ତାନ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନୀମାନଙ୍କର ଅନେକ ପ୍ରକାରର ଭିସା ବାତିଲ କରାଯାଇଛି । ସେମାନଙ୍କୁ ଏପ୍ରିଲ ୨୯ ସୁଦ୍ଧା ଭାରତ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ନିଷ୍ପତ୍ତି ଫଳରେ ଜଣେ ସିଆରପିଏଫ୍( CRPF) ଯବାନଙ୍କ ପାକିସ୍ତାନୀ ପତ୍ନୀଙ୍କୁ ମଧ୍ୟ ଭାରତ ଛାଡିବାକୁ ପଡିଛି ।

ଗତ ମଙ୍ଗଳବାର ଦିନ ଅଧିକାରୀମାନେ ସୂଚନା ଦେଇଛନ୍ତି ଯେ, କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (CRPF)ର ଜଣେ ଯବାନଙ୍କୁ ବିବାହ କରିଥିବା ଜଣେ ପାକିସ୍ତାନୀ ନାଗରିକଙ୍କୁ ଜମ୍ମୁରୁ ପାକିସ୍ତାନକୁ ପଠେଇ ଦିଆଯାଇଛି ।

ସୂଚନାମୁତାବକ, ସେହି ସିଆରପିଏଫ୍ ଯବାନ ହେଲେ ମୁନୀର ଖାନ । ମୁନିର ଖାନଙ୍କ ସ୍ତ୍ରୀଙ୍କ ନାମ ମିନାଲ ଖାନ। ମୁନୀର ଖାନ ଘରୋଟାର ବାସିନ୍ଦା। ମିନାଲ ଏବଂ ମୁନୀର ଖାନ କହିଥିଲେ ଯେ, ସେମାନେ ଦୁହେଁ ଅନଲାଇନରେ ବିବାହ କରିଥିଲେ। ବର୍ତ୍ତମାନ ସରକାରଙ୍କ ନିଷ୍ପତ୍ତି ଅନୁସାରେ , ମିନାଲ ଖାନ ଜମ୍ମୁରୁ ୱାଘା ସୀମା ଦେଇ ପାକିସ୍ତାନକୁ ଚାଲିଯାଇଛନ୍ତି ।

ମିନାଲ ଖାନ ଭାରତ ଛାଡିବାବେଳେ କହିଥିଲେ ଯେ, ଆମକୁ ଆମ ପରିବାର ସହିତ ରହିବାକୁ ଅନୁମତି ଦିଆଯିବା ଉଚିତ। ଏଥିସହ ସେ କହିଛନ୍ତି ଯେ, ଆକ୍ରମଣରେ ନିର୍ଦ୍ଦୋଷ ଲୋକଙ୍କ ବର୍ବର ହତ୍ୟାକୁ ନିନ୍ଦା କରୁଛୁ। ସେମାନଙ୍କୁ କଠୋର ଦଣ୍ଡ ଦିଆଯିବା ଉଚିତ।

ମିନାଲ ପାକିସ୍ତାନର ପଞ୍ଜାବ ଅଞ୍ଚଳର ବାସିନ୍ଦା। ସେ ପାକିସ୍ତାନର ପଞ୍ଜାବର ଗୁଜରାନୱାଲା ଅଞ୍ଚଳରେ ରହୁଥିଲେ। ସିଆରପିଏଫ୍ ଯବାନଙ୍କ ସହ ତାଙ୍କର ପ୍ରେମ କାହାଣୀର ସମ୍ପୂର୍ଣ୍ଣ କାହାଣୀ ସାମ୍ନାକୁ ଆସି ନାହିଁ । କିନ୍ତୁ ଯେତେବେଳେ ସେମାନେ ନିଶ୍ଚିତ ହେଲେ ଯେ ସେମାନଙ୍କ ପ୍ରେମକୁ ସମ୍ପର୍କରେ ପରିଣତ କରିବାକୁ ଚାହୁଁଛନ୍ତି , ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ସେହି ସମୟରେ ଭିସା ମିଳିନଥିବାରି ସେମାନେ ଭିଡିଓ କନଫରେନ୍ସ ମାଧ୍ୟମରେ ବିବାହ କରିଥିଲେ। ଏହି ଦମ୍ପତି ୨୦୨୪ ମସିହାରେ ମେ ୨୪ରେ ଅନଲାଇନ ବିବାହ କରିଥିଲେ।

Comments are closed.