ମାଲକାନଗିରି: ତେଲଙ୍ଗାନା-ଛତିଶଗଡ଼ ସୀମାନ୍ତରେ ଥିବା ବିଜାପୁର ଜିଲ୍ଲାର କାରେଗଟ୍ଟା ଜଙ୍ଗଲରେ ‘ଅପରେସନ୍ କାଗର’ ମାଓ ବିରୋଧୀ ଅପରେସନ୍ ଚାଲିଛି। ସୀମାନ୍ତ ଛତିଶଗଡ଼ ଏବଂ ତେଲେଙ୍ଗାନା ସମାନ୍ତବର୍ତ୍ତୀ କାରେଗଟ୍ଟା ଜଙ୍ଗଲରେ ଯବାନଙ୍କ ୯ ଦିନ ପୁରିଛି। ଯବାନ କାରେଗଟ୍ଟାର ୧୫୦ କିଲୋମିଟର ପାହାଡ଼କୁ ନିଜ କବଜାକୁ ନେବାରେ ସଫଳ ହେଉଛନ୍ତି। ଏହି ଜଙ୍ଗଲର ୨ଟି ପାହାଡକୁ ଯବାନ ନିଜ କବଜାକୁ ନେବାରେ ସଫଳ ହୋଇଛନ୍ତି। ପ୍ରାୟ ୧୦ ହଜାର ଯବାନ ଏହି ଜଙ୍ଗଲକୁ ଘେରି ରହିଛନ୍ତି।
ବିଜାପୁର ଜିଲ୍ଲାର ଉସୁର ଥାନା ଅନ୍ତର୍ଗତ କେରେଗୁଟ୍ଟା ପାହାଡ଼ ଉପରେ ଅପରେସନର ନବମ ଦିନରେ ସୁରକ୍ଷା ବାହିନୀ ପାହାଡ଼ ଉପରେ ତ୍ରିରଙ୍ଗା ପତାକା ଉଡାଉଥିବା ଦୃଶ୍ୟ ସମସ୍ତଙ୍କ ମନକୁ ଜିଣିଛି । ଆଉ ଗୋଟିଏ ପାହାଡକୁ ଅକ୍ତିଆର କରିବାର ବାକି ରହିଛି। ନକ୍ସଲ ସେହି ପାହାଡରେ ଲୁଚି ରହିଥିବା ସୂଚନା ମିଳିଥିଲା। ସମସ୍ତ ଟପ୍ କ୍ୟାଡର ନକ୍ସଲ ଏହି କାରେଗଟ୍ଟା ଜଙ୍ଗଲରେ ହିଁ ଲୁଚି ରହିଥିବା ଯବାନ ସୂଚନା ପାଇବା ପରେ ବଡ ଅପରେସନକୁ ଆରମ୍ଭ କରାଯାଇଥିଲା।
ଅନ୍ୟପଟେ ନକ୍ସଲ ତିନି ଥର ଚିଠି ଦେଇ ଶାନ୍ତାବାର୍ତ୍ତା ପାଇଁ ଆଲୋଚନା କରିବାକୁ ଅନୁରୋଧ କରିଚାଲିଛି। ସରକାର କିନ୍ତୁ ଶାନ୍ତିବାର୍ତ୍ତା ପାଇଁ ରାଜି ଥିଲେ ମଧ୍ୟ ପ୍ରଥମେ ସମସ୍ତେ ଆତ୍ମସମର୍ପଣ କର ବୋଲି ଜିଦରେ ଅଟଳ ରହିଛି।
Comments are closed.