Latest Odisha News

BREAKING NEWS

ସାଧାରଣ ପାଣି ବଦଳରେ ନିମ ପାଣିରେ କରନ୍ତୁ ସ୍ନାନ, ମିଳିବ ଏହି ଲାଭ..

ଭୁବନେଶ୍ବର: ଆଜିକାଲି ଲୋକମାନେ ଚର୍ମ ସମ୍ବନ୍ଧୀୟ ସମସ୍ୟାରେ ପଡୁଛନ୍ତି। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ କ୍ରିମ୍ ଭଳି ଅନେକ ରାସାୟନିକ ପ୍ରଡକ୍ଟ ବ୍ୟବହାର କରନ୍ତି, ଯାହା ଚର୍ମକୁ ଆହୁରି କ୍ଷତି ପହଞ୍ଚାଇବାର ଆଶଙ୍କା ବଢ଼ାଇଥାଏ। ଏହା ବଦଳରେ ଆପଣ ନିମ ପତ୍ର ପାଣିରେ ଗାଧୋଇବା ଦ୍ୱାରା ଅନେକ ଲାଭ ପାଇପାରିବେ।

ସାଧାରଣ ପାଣି ବଦଳରେ ନିମ ପାଣିରେ ଗାଧୋଇବା ଭଲ । ନିମରେ ଆଣ୍ଟି-ମାଇକ୍ରୋବାଏଲ୍, ଆଣ୍ଟି ଇନଫ୍ଲାମେଟୋରୀ, ଆଣ୍ଟି-ବ୍ୟାକ୍ଟେରିଆଲ୍, ଆଣ୍ଟି-ଫଙ୍ଗାଲ୍ ଏବଂ ଅନ୍ୟାନ୍ୟ ଅନେକ ଗୁଣ ରହିଛି, ଯାହା ଚର୍ମ ପାଇଁ ଲାଭଦାୟକ।

ଆୟୁର୍ବେଦରେ ନିମକୁ ଚର୍ମ ପାଇଁ ବେଶ୍ ଭଲ ବୋଲି ବିବେଚନା କରାଯାଏ। ନିମ ଚର୍ମ ରୋଗ ପାଇଁ ସର୍ବୋତ୍ତମ କାମ କରୁଥିବା ଔଷଧ ମଧ୍ୟରେ ଗଣନା କରାଯାଏ ।

ନିମ ପାଣି କିପରି ପ୍ରସ୍ତୁତ କରିବେ?

ନିମ ପାଣି ତିଆରି କରିବାକୁ ପ୍ରଥମେ ଏକ ଲିଟର ପାଣି ନିଅନ୍ତୁ। ତା’ପରେ ସେଥିରେ ମୁଠାଏ ନିମ୍ବ ପତ୍ର ପ୍ରାୟ ୨୦-୨୫ପତ୍ରକୁ ମିଶାଇ ରାତିସାରା ଭିଜାଇ ରଖନ୍ତୁ। ଏହା ପରେ ପାଣିକୁ ୫-୭ ମିନିଟ୍ ପର୍ଯ୍ୟନ୍ତ ଫୁଟାନ୍ତୁ। ପାଣି ଫୁଟିଗଲେ ପାଣିରୁ ପତ୍ରଗୁଡ଼ିକୁ ବାହାର କରିଦିଅନ୍ତୁ।  ପାଣି ଥଣ୍ଡା ହେବାକୁ ଛାଡି ଦିଅନ୍ତୁ ।  ଏହାପରେ  ସେଥିରେ ଆଉ ପାଣି ମିଶେଇ ସ୍ନାନ କରନ୍ତୁ ।

ଏହି ନିମ ପାଣିରେ ସ୍ନାନ କଲେ ଏହି ସବୁ ଲାଭ ମିଳେ..

-ବାରମ୍ବାର ହେଉଥିବା ଚର୍ମ ସଂକ୍ରମଣର ସମସ୍ୟାକୁ ଦୂର କରେ ।
-ଭାଇରାଲ୍ ସଂକ୍ରମଣରେ ଉପଯୋଗୀ ।
-ଯେକୌଣସି ପ୍ରକାରର ଆଲର୍ଜିକ୍ ରୋଗ ।
-ସମସ୍ତ ପ୍ରକାରର ଚର୍ମ ରୋଗରୁ ମୁକ୍ତି ।
-ଡ୍ୟାଣ୍ଡ୍ରଫ୍ ସମସ୍ୟାରୁ ମୁକ୍ତି ଦିଏ ।
-ବାରମ୍ବାର ହେଉଥିବା ଅଲସରରୁ ମୁକ୍ତି ଦିଏ ।

ଯଦି ଆପଣ କୌଣସି ଚର୍ମ ରୋଗରେ ପୀଡିତ ଅଛନ୍ତି ଏବଂ ଏହି ରୋଗର  କୌଣସି ଚିକିତ୍ସା କରୁଛନ୍ତି, ତେବେ ଭଲ ଏବଂ ଶୀଘ୍ର ଫଳାଫଳ ପାଇଁ ନିମ ଉପଚାର ଆପଣାନ୍ତୁ ।  ଦିନକୁ ଦୁଇଥର ନିମ ପାଣିରେ ଗାଧୋଇବା ଦ୍ବାରା ଲାଭ ମିଳିବ ।

Comments are closed.