Latest Odisha News

BREAKING NEWS

ବରଯାତ୍ରୀ ପ୍ରୋସେସନରେ ସାପ ଧରି ନାଗିନ ଡାନ୍ସ…

ଭଦ୍ରକ: ଭଦ୍ରକ ଜିଲ୍ଲାର ଧାମରା ବ୍ଲକ ଅନ୍ତର୍ଗତ ଛେଡକା ଗ୍ରାମରେ ଏକ ବିବାହ ଶୋଭାଯାତ୍ରାରେ ତିନୋଟି ଜୀବନ୍ତ ନାଗ ପ୍ରଦର୍ଶନକୁ ନେଇ ବନ୍ୟପ୍ରାଣୀ ପ୍ରେମୀଙ୍କ ମଧ୍ୟରେ ଚିନ୍ତା ସୃଷ୍ଟି କରିଛି।

ସୂଚନା ଅନୁଯାୟୀ, ବରଯାତ୍ରୀ ପ୍ରୋସେସନ ସମୟରେ ପ୍ରଦର୍ଶିତ ନାଗଗୁଡ଼ିକୁ ପରେ ଉଦ୍ଧାର କରାଯାଇଥିଲା। ଯେଉଁଠାରେ ସାପକୁ ଧରି ଲୋକପ୍ରିୟ ‘ନାଗିନ’ ଗୀତର ତାଳେ ତାଳେ ନୃତ୍ୟ କରିଥିଲେ। ଖବର ପାଇବା ପରେ ଭଦ୍ରକ ବନ୍ୟପ୍ରାଣୀ ଡିଭିଜନର ଏକ ଟିମ୍ ଚାନ୍ଦବାଲି ରୋଡର ଉଗ୍ରତାରା ଛକ ନିକଟରେ ଚାଲିଥିବା ପ୍ରସେସନକୁ ଅଟକାଇଥିଲେ।

ପରେ ତିନୋଟି ନାଗକୁ ଉଦ୍ଧାର କରାଯାଇ ସେମାନଙ୍କ ଅଲଗା ଅଲଗା ପିଞ୍ଜରାରେ ରଖାଯାଇଛି। ତେବେ ଏହି ଘଟଣାରେ ଏପର୍ଯ୍ୟନ୍ତ କେହି ଗିରଫ ହୋଇନାହାନ୍ତି।

ଭଦ୍ରକର ଡିଭିଜନଲ ଫରେଷ୍ଟ ଅଫିସର (ଡିଏଫଓ) ସୌଭାଗ୍ୟ କୁମାର ସାହୁ କହିଛନ୍ତି ଯେ ଘଟଣା ସମ୍ପର୍କରେ ଅଧିକ ଜାଣିବା ପାଇଁ ପୁଙ୍ଖାନୁପୁଙ୍ଖ ତଦନ୍ତ ଚାଲିଛି ଏବଂ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆମେ ସାପଗୁଡ଼ିକୁ ଜବତ କରିଛୁ ଏବଂ ସାପ ଧରିଥିବା ବ୍ୟକ୍ତିର ପରିଚୟ ଜାଣିବାକୁ ଚେଷ୍ଟା କରୁଛୁ। ତଦନ୍ତରେ ସହାୟତା କରିବାକୁ ସ୍ପେଶାଲ୍ ଟାସ୍କ ଫୋର୍ସକୁ କୁହାଯାଇଛି।

Comments are closed.