ନୂଆଦିଲ୍ଲୀ: ଶୁଖିଲା ମରିବ ପାକିସ୍ତାନ । ହାହାକାର ଛାଇଯିବ । ଖାଇବା ତ ଆଗରୁ ନଥିଲା, ଏବେ ବିନା ପାଣିରେ ମରିବ ।… ଏମିତି ଅନେ କିଛି ଉକ୍ତି ,ଏବେ ବି ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି । ପହଲଗାମ୍ ଆକ୍ରମଣ ପରେ ଯେଉଁଠି କୁହାଯାଉଥିଲା, ଭାରତ ଚାହିଁଲେ ପାକସ୍ତାନରେ ମରୁଡି ସୃଷ୍ଟି ହେବ । ହେଲଷ ସେଠି ହେବେ ଜଳମଗ୍ନ ହେବାରେ ଲାଗିଲାଣି । ରିପୋର୍ଟ କହୁଛି, ଯେଉଁ ସବୁ ସ୍ଥାନରେ ଜଳ ନଥିଲା, ତାହା ଭରିବାକୁ ଲାଗିଲାଣି । ହେଲେ କେମିତି? କାରଣ ବାସ୍ତବରେ ଭାରତ କେବେବି ପାକିସ୍ତାନକୁ ପାଣି ବନ୍ଦ କରିପାରିବ ନାହିଁ । କିନ୍ତୁ ହଁ ୧୯୬୦ରେ ପାକିସ୍ତାନ ସହ ସିନ୍ଧୁ ନଦୀ ଚୁକ୍ତି ଭାରତ ଭାଙ୍ଗିବା ପରେ, ଏହାର ଜଳକୁ ନିଜ ମନଇଚ୍ଛା ବ୍ୟବହାର କରିପାରିବ ।
କିନ୍ତୁ ପ୍ରଶ୍ନ ହେଉଛି ଯେଉଁଠି ଭାରତ ସିନ୍ଧୁ ନଦୀ ଚୁକ୍ତି ଭାଙ୍ଗିଲା ପରେ ପାକିସ୍ତାନରେ ଜଳସ୍ତର କମିବା ଦାବି ହେଉଥିଲା ସେଠି କିନ୍ତୁ ଏବେ ଓଲଟା ସ୍ଥିତି ପରିଲକ୍ଷିତ ହେଉଛି । ତେବେ ସିନ୍ଧୁ ନଦୀ ଚୁକ୍ତି ଭଙ୍ଗ ପରେ ଭାରତ ଏକା ସାଙ୍ଗରେ ଡ୍ୟାମ୍ ଖୋଲିବା କାରଣରୁ ଏବେ ପିଓକେର କିଛି ଅଂଶ ଜଳମଗ୍ନ ହେବାରେ ଲାଗିଛି । ଭରିବାରେ ଲାଗିଛି ପାକିସ୍ତାନ ପ୍ରମୁଖ ନଦୀ । ଆଇଡବ୍ଲୁଟି ଅଧୀନରେ ପାକିସ୍ତାନକୁ ଆବଣ୍ଟିତ ସିନ୍ଧୁ, ଚେନାବ ଏବଂ ଝେଲମ୍, ଯାହାକୁ ପଶ୍ଚିମ ନଦୀ ବୋଲି କୁହାଯାଏ, ସେଥିରେ ଏବେ ଜଳର ପରିମାଣ ବଢିଥିବା ପରିଲିକ୍ଷିତ ହେଉଛି । ଏଥିସହିତ ଏପ୍ରିଲ ୩୦ ପର୍ଯ୍ୟନ୍ତ ସେଗୁଡିକର ପ୍ରବାହିତ ଗତିରେ ବିଶେଷ କିଛି ଦ୍ରୁତତା ପରିଲକ୍ଷିତ ହୋଇନାହିଁ ।
ପାକିସ୍ତାନର ସିନ୍ଧୁ ନଦୀ ପ୍ରଣାଳୀ ପ୍ରାଧିକରଣ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଚେନାବ ନଦୀ ସିଆଲକୋଟର ମରାଲା ଡ୍ୟାମରେ ୨୨,୮୦୦ କ୍ୟୁସେକ୍ ବେଗରେ ପ୍ରବାହିତ ହେଉଥିଲା, ଯାହା ଭାରତରୁ ପାକିସ୍ତାନରେ ପ୍ରବେଶ କରିବା ପରେ ପ୍ରଥମ ଥିଲା । ପରେ ୨୪ ଏପ୍ରିଲରେ ଭାରତ ଆଇଡବ୍ଲୁଟି ସ୍ଥଗିତ ରଖିବାକୁ ଘୋଷଣା କରିଥିଲା । ଏହାପରେ ୩୦ ଏପ୍ରିଲରେ ଏହା ୨୬,୨୬୮ କ୍ୟୁସେକ୍ ହାରରେ ପ୍ରବାହିତ ହେଉଥିଲା । ସେହିପରି, ୨୪ ଏପ୍ରିଲରେ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ର ମଙ୍ଗଳା ଡ୍ୟାମରେ ଝେଲମ୍ ନଦୀର ପ୍ରବାହ ୪୪,୮୨୨ କ୍ୟୁସେକ୍ ରେକର୍ଡ କରାଯାଇଥିଲା ବେଳେ ୩୦ ଏପ୍ରିଲରେ ଏହା ୪୩,୪୮୬ କ୍ୟୁସେକ୍ କୁ ସାମାନ୍ୟ ହ୍ରାସ ପାଇଥିଲା ।
ଭାରତ ଜଳ ବନ୍ଦ କରିବା କେତେ ସତ ?
ସୋସିଆଲ ମିଡିଆରେ ପ୍ରସାରିତ ହେଉଥିବା ଖବର କିଛି ଅଂଶରେ ମିଥ୍ୟା ମଧ୍ୟ । ଯଦି ତାକୁ ଦେଖି ଆପଣ ବି ଭାବୁଛନ୍ତି, ଯେ ପାକିସ୍ତାନରେ ପାଣିର ହାହାକାର ପଡିବ, ତେବେ ଜାଣନ୍ତୁ….
ଏପରି କିଛି ହେବ ନାହିଁ । ଭାରତ କେବେ ବି ପାକିସ୍ତାନକୁ ପାଣି ରୋକିପାରିବ ନାହିଁ । ହଁ କିଛି ପରିମାଣରେ ପାଣିର ବେଗକୁ ଧିମା ପରିପାରିବ । କାରଣ ପ୍ରଥମତଃ ଭାରତ ପାଖରେ ସେଭଳି ଇନଫ୍ରାଷ୍ଟ୍ରକଚର ନାହିଁ, ଯେ ଏହା ପାକିସ୍ତାନକୁ ନଦୀ ଜଳ ରୋକିପାରିବ । ବର୍ତ୍ତମାନ ଭାରତ ପାଖରେ ସିନ୍ଧୁ ନଦୀର ପ୍ରବାହକୁ ନିୟନ୍ତ୍ରଣ କରିବା ପାଇଁ କୌଣସି ଉପକରଣ ନାହିଁ। ଭାରତ ପାଖରେ ନଦୀ ଉପରେ କେବଳ ଏକ ଛୋଟ ବନ୍ଧ ଅଛ, ତାହା ମଧ୍ୟ ଲଦାଖର ନିମୁ ବାଜଗୋରେ ଶହ ଶହ କିଲୋମିଟର ଉପରମୁଣ୍ଡରେ । ଦ୍ବିତୀୟତଃ, ନଦୀ ଜଳକୁ ସଂରକ୍ଷଣ ଏବଂ ପରିବର୍ତ୍ତନ କରିପାରୁଥିବା ବଡ଼ ପ୍ରକଳ୍ପ କୌଣସି ସହଜ କାମ ନୁହେଁ । ଯଦି ବି ସମ୍ଭବ ହୁଏ, ଏଥି ପାଇଁ ବିଭିନ୍ନ ପଦକ୍ଷେପ ନେଲା ବେଳକୁ ଭାରତକୁ ପ୍ରାୟ ବର୍ଷ ବର୍ଷ ଲାଗିଯିବ ।
କିନ୍ତୁ ହଁ, ବର୍ତ୍ତମାନ ଭାରତ ଯେଉଁ ନିଷ୍ପତ୍ତି ନେଇଛି, ସେଥିରେ ଯେ ପାକିସ୍ତାନ ପ୍ରଭାବିତ ହେବ ନାହିଁ, ତାହା ମଧ୍ୟ ସଂପୂର୍ଣ୍ଣ ଭୁଲ୍ । କାରଣ, ୧୯୬୦ରେ ଭାରତ ପାକିସ୍ତାନ ସହ କରିଥିବା ସିନ୍ଧୁ ନଦୀ ଚୁକ୍ତି ଅନୁସାରେ, ଭାରତକୁ ଜଳ ବ୍ୟବହାର କରିବାରେ କିଛି ଟା ନିୟନ୍ତ୍ରଣ ଥିଲା । କିନ୍ତୁ ବର୍ତ୍ତମାନ ଚୁକ୍ତି ଭଙ୍ଗ ପରେ, ଆଉ କିଛି ବି ନିୟନ୍ତ୍ରଣ ନାହିଁ । ଭାରତ ମନଇଚ୍ଛା କାର୍ଯ୍ୟ କରିବ । ଯେମିତିକି, ପାକିସ୍ତାନ ସହ ଜଳ ପ୍ରବହାର ତଥ୍ୟ ସେୟାର କରିବ ନାହିଁ । ପଶ୍ଚିମ ନଦୀ ଗୁଡିକ ଉପରେ ଡ୍ୟାମ୍ ବନେଇବା ଆରମ୍ଭ କରିଦେଇପାରିବ । ଝେଲମ, ଇଣ୍ଡସ୍ଳ, ଚେନାବ୍ ଭଳି ନଦୀ ଜଳକୁ ମନ ଇଚ୍ଛା ବ୍ୟବହାର କରିପାରିବ । ପାଖାପାଖି ୧୦ ପ୍ରତିଶତ ଯାଏଁ ଜଳ ପ୍ରବାହ ରୋକିପାରିବ । ଆଉ ଜଳବିଜ୍ଞାନ ତଥ୍ୟ ବଣ୍ଟନ ବନ୍ଦ କରିବା ଏବଂ ନଦୀ ଜଳର ଅସଙ୍ଗତ ପ୍ରବାହ ପାକିସ୍ତାନର ଜଳସେଚନ ବ୍ୟବସ୍ଥା, କୃଷି ଏବଂ ବନ୍ୟା ପରିଚାଳନା ପାଇଁ ଅନିଶ୍ଚିତତା ସୃଷ୍ଟି କରିବ । ବନ୍ୟା ଆଶଙ୍କା ସୃଷ୍ଟି କରିବ । ଯାହା ବର୍ତ୍ତମାନ ଦେଖାଦେଇଛି ।
Comments are closed.