Latest Odisha News

BREAKING NEWS

ମେଡିକାଲ୍‌ କଲେଜ୍ ସିଟ୍‌ ବିକ୍ରି; ୪ ଆନ୍ତଃରାଜ୍ୟ ଠକ ଗିରଫ

ଭୁବନେଶ୍ୱର: ଆସନ୍ତାକାଲି ନିଟ୍ ପରୀକ୍ଷା । ଏହାପୂର୍ବରୁ ହୋଟେଲରେ ମେଡିକାଲ କଲେଜ ସିଟ୍ ପାଇଁ ଚାଲିଥିବା ମୂଲଚାଲ । ଛିଣ୍ଡି ସାରିଥିଲା ରେଟ୍ । ମାତ୍ର ଠିକ୍ ସମୟରେ ପହଞ୍ଚିଗଲା କମିଶନରେଟ ପୋଲିସ । ଏହାପରେ ଏକ ଆନ୍ତଃରାଜ୍ୟ ଗ୍ୟାଙ୍ଗର ୪ ଜଣଙ୍କୁ ମାଡ଼ି ବସିଛି ପୋଲିସ ।

ଓଡ଼ିଶାରୁ ୨ ଜଣ, ବିହାର ଓ ଝାଡ଼ଖଣ୍ଡରୁ ଜଣେ ଲେଖାଏଁ ଗିରଫ ହୋଇଛନ୍ତି । ଗିରଫ ଅଭିଯୁକ୍ତ ମାନେ ଲକ୍ଷାଧିକ ଟଙ୍କା ନେଇ ମେଡିକାଲ୍‌ ସିଟ୍‌ ପାଇଁ ଡିଲ୍‌ କରୁଥିଲେ । ସେମାନଙ୍କ ନିକଟରୁ ୯୦ ଲକ୍ଷର ଚେକ୍‌ ମିଳିଛି, ଆଉ ବ୍ଲାଙ୍କ୍‌ ଚେକ୍‌ ମଧ୍ୟ ଜବତ ହୋଇଛି । ଏନେଇ ପ୍ରେସମିଟ୍‌ରେ ସୂଚନା ଦେଲେ ପୋଲିସ କମିଶନର ଏସ୍ ଦେବଦତ୍ତ ସିଂ ।

ଆସନ୍ତା ମେଡିକାଲ କଲେଜ୍‌ ନାମଲେଖା ପାଇଁ ଡିଲ୍‌ ହୋଇଥିଲା । ପରୀକ୍ଷାରେ ଅସଲି ବଦଳରେ ନକଲି ପରୀକ୍ଷାର୍ଥୀଙ୍କୁ ବସାଇଥାନ୍ତେ । ସେମାନେ ଏଥିରେ ସଫଳ ହୋଇଥାନ୍ତେ କି ଠକିଥାନ୍ତେ, ଜଣା ନାହିଁ । ଏହା ପୂର୍ବରୁ ପୋଲିସ ସେମାନଙ୍କୁ ଠାବ କରି ଧରିପାରିଛି । ଆଉ କିଛି NRIଙ୍କୁ ମଧ୍ୟ ଫସାଇବା ଯୋଜନା କଥା ଜଣାପଡ଼ିଛି । ଯେଉଁ ଅଭିଭାବକ ଏପରି କରୁଛନ୍ତି, ସେମାନେ ଅପରାଧରେ ଭାଗିଦାର ବୋଲି କହିଛନ୍ତି ସିପିଏସ୍‌ ଦେବଦତ୍ତ ସିଂ ।

Comments are closed.