କଟକ: କମିଶନରେଟ ପୋଲିସ ପକ୍ଷରୁ ୬ଜଣ ସାଇବର ଲୁଟେରାଙ୍କୁ ଗିରଫ କରାଯାଇଛି । ସେମାନଙ୍କଠାରୁ ୪ ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଛି। ସମସ୍ତ ଲୁଟେରା ବଲାଙ୍ଗିର ପାଟଣାଗଡ଼଼ ଅଞ୍ଚଳର ହୋଇଥିବା ସୂଚନା ମିଳିଛି। ଲୁଟେରାଙ୍କଠାରୁ ମୋବାଇଲ ଫୋନ ଏବଂ ଏଟିଏମ୍ କାର୍ଡ ପୋଲିସ ଜବତ କରିଛି। ମୁଖ୍ୟ ଅଭିଯୁକ୍ତକୁ ଧରିବା ପାଇଁ କମିଶନରେଟ ପୋଲିସର ଏକ ଟିମ୍ ରାଜ୍ୟ ବାହାରକୁ ଯାଇଛି ବୋଲି ଜଣାପଡ଼ିଛି।
ସୂଚନାଥାଉକି, ଜଣେ ଏଲ୍ଆଇସି ଅଧିକାରୀଙ୍କ ଠାରୁ ଅନଲାଇନ ଟ୍ରେଡିଂରେ ଏହି ସାଇବର ଠକ ଏକ ଆପ୍ ଜରିଆରେ ବିଭିନ୍ନ ସମୟରେ ୮୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଠକି ନେଇଛି । ଏନେଇ ଗତ ଏପ୍ରିଲ୍ ୨୪ ତାରିଖରେ ସାଇବର ଥାନାରେ ଏତଲା ଦେଇଥିଲେ । ସାଇବର ଠକ ମାନେ ୮ ଫେବୃଆରୀରୁ ୧୨ ଏପ୍ରିଲ୍ ମଧ୍ୟରେ ଠକେଇ କରୁଥିବା ନେଇ ଅଭିଯୋଗ କରିଥିଲେ । କଟକ ସାଇବର ଥାନା ପୋଲିସ ମାମଲା ରୁଜୁ କରି ବିଭିନ୍ନ ପ୍ରକାର ତଦନ୍ତ କରି ବଲାଙ୍ଗିରରୁ ଏହି ଠକଙ୍କୁ ଗିରଫ କରାଯାଇଛି ।
ନଗଦ ୪ ଲକ୍ଷ ୩୦ ହଜାର ଟଙ୍କା ଜବତ ହୋଇଛି । ଠକଙ୍କ ଠାରୁ ମୋବାଇଲ ଓ ବିଭିନ୍ନ ବ୍ୟାଙ୍କର ୧୬ଟି ପାସ୍ ବୁକ୍ ଓ ଚେକ୍ ବୁକ୍ ସହ ୧୬ଟି ଏଟିଏମ ଜବତ କରାଯାଇଛି । ଏଥିସହ ୭ଟି ମୋବାଇଲ ଫୋନ ଜବତ କରାଯାଇଛି ।
Comments are closed.