Latest Odisha News

BREAKING NEWS

ପହଲଗାମ ଆକ୍ରମଣ; ମୋଦିଙ୍କ ସମର୍ଥନ କଲେ ପୁଟିନ

ନୂଆଦିଲ୍ଲୀ: ଏପ୍ରିଲ ୨୨ରେ ହୋଇଥିବା ପହଲଗାମ ଆତଙ୍କ ଆକ୍ରମଣକୁ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କଡା ନିନ୍ଦା କରିଛନ୍ତି। ଏପରିକି ସୋମବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫୋନ୍ କରି ସମବେଦନା ମଧ୍ୟ ଜଣାଇଛନ୍ତି।

ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ କହିଛନ୍ତି ଯେ ପୁଟିନ ଆତଙ୍କବାଦ ବିରୋଧରେ ଲଢ଼ିବା ପାଇଁ ଭାରତକୁ ସମ୍ପୂର୍ଣ ସମର୍ଥନ କରିବେ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ଆକ୍ରମଣରେ ସାମିଲ ଥିବା ଆତଙ୍କବାଦୀ ମାନଙ୍କୁ ଦଣ୍ଡ ଦିଆଯାଇ ନିର୍ଦ୍ଦୋଷ ମାନଙ୍କୁ ନ୍ୟାୟ ଦେବା ପାଇଁ ପୁଟିନ କହିଛନ୍ତି। ତେବେ ଦୁଇ ନେତା ଭାରତ-ଋଷ ସ୍ୱତନ୍ତ୍ର ଏବଂ ରଣନୈତିକ ସହଭାଗୀତାକୁ ଆହୁରି ସୁଦୃଢ କରିବା ପାଇଁ ପ୍ରତିବଦ୍ଧତାକୁ ଦୋହରାଇଥିଲେ। ବିଜୟ ଦିବସର ୮୦ତମ ବାର୍ଷିକୀରେ ପ୍ରଧାନମନ୍ତ୍ରୀ ମୋଦି ରାଷ୍ଟ୍ରପତି ପୁଟିନଙ୍କୁ ଶୁଭେଚ୍ଛା ଜଣାଇ ଚଳିତ ବର୍ଷ ଶେଷରେ ଭାରତରେ ଅନୁଷ୍ଠିତ ହେବାକୁ ଥିବା ବାର୍ଷିକ ଶିଖର ସମ୍ମିଳନୀରେ ଯୋଗଦେବାକୁ ମଧ୍ୟ  ନିମନ୍ତ୍ରଣ କରିଛନ୍ତି।

ଗତ ରବିବାର ଦିନ ଋଷର ବୈଦେଶିକ ମନ୍ତ୍ରୀ ସେରଗେଇ ଲାଭରୋଭ ଭାରତ ଏବଂ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ଉପରେ ଚିନ୍ତା ପ୍ରକାଶ କରିଥିଲେ। ତେବେ ରୁଷର ବୈଦେଶିକ ମନ୍ତ୍ରୀ ଉଭୟ ଦେଶକୁ ସଂଯମତା ଅବଲମ୍ବନ କରି କୌଣସି ପ୍ରକାରର ଉତ୍ତେଜନାକୁ ରୋକିବା ପାଇଁ ଅପିଲ ମଧ୍ୟ କରିଥିଲେ।

Comments are closed.