ନୂଆଦିଲ୍ଲୀ: ଜାତିସଂଘ ସୁରକ୍ଷା ପରିଷଦର ବୈଠକରେ ଆତଙ୍କବାଦକୁ ନେଇ ପାକିସ୍ତାନକୁ କଡା ନିନ୍ଦା କରାଯାଇଛି। ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ପାକିସ୍ତାନର ହାତ ଥିବା ନେଇ UN ସଦସ୍ୟମାନେ ସନ୍ଦେହ କରୁଛନ୍ତି ଯାହାକୁ ପାକିସ୍ତାନ ପ୍ରତ୍ୟାଖାନ କରୁଅଛି। UN ପାକିସ୍ତାନର ଫଲ୍ସ ଫ୍ଲାଗ୍ ଷ୍ଟୋରୀକୁ ଅଣଦେଖା କରି ଲସ୍କର-ଏ-ତୈବା ଆକ୍ରମଣରେ ସମ୍ପୃକ୍ତ ଅଛି କି ନାହିଁ ସିଧାସଳଖ ପ୍ରଶ୍ନ କରିଥିଲା।
କେବଳ ଏତିକି ନୁହେଁ, ସଦସ୍ୟ ଦେଶମାନେ ପାକିସ୍ତାନକୁ ଭାରତ ସହିତ ଏହାର ସମସ୍ୟା ଦ୍ୱିପାକ୍ଷିକ ସ୍ତରରେ ସମାଧାନ କରିବାକୁ ପରାମର୍ଶ ଦେଇଥିଲେ। ବୈଠକ ସମୟରେ ଏବଂ ପରେ ପାକିସ୍ତାନ ସମ୍ପୂର୍ଣ୍ଣ ଭାବରେ ଏକାକୀ ହୋଇଯାଇଥିଲା।ସେହିପରି କିଛି ଦେଶ ପାକିସ୍ତାନର କ୍ଷେପଣାସ୍ତ୍ର ପରୀକ୍ଷଣ ଉପରେ ଚିନ୍ତା ପ୍ରକାଶ କରି ଏହାକୁ ଏକ ଉତ୍ତେଜନାମୂଳକ କାର୍ଯ୍ୟ ବୋଲି କହିଥିଲେ। ଆସନ୍ତୁ ଜାଣିବା ଏହି ଫଲ୍ସ ଫ୍ଲାଗ୍ ଅପରେସନ୍ କ’ଣ…
ଫଲ୍ସ ଫ୍ଲାଗ୍ ଯୁଦ୍ଧରେ ବ୍ୟବହୃତ ହେଉଥିବା ଏକ ଚାଲାକ୍ ରଣନୀତି। ଏହା ଏକ ପ୍ରକାରର ସାମରିକ କାର୍ଯ୍ୟାନୁଷ୍ଠାନ ଅଟେ ଯେଉଁଥିରେ ଏକ ଦେଶ ଜାଣିଶୁଣି ନିଜ ଦେଶ ଉପରେ ଆକ୍ରମଣ କରି ସମ୍ପତ୍ତି ଏବଂ ମାନବ ଜୀବନକୁ କ୍ଷତି ପହଞ୍ଚାଇଥାଏ। ଏହି ଅପରେସନ ମାଧ୍ୟମରେ ଏକ ଦେଶ ଅନ୍ୟ ଦେଶ ଉପରେ ଦୋଷାରୋପ କରି ଦର୍ଶାଇଥାଏ ଯେ ଆକ୍ରମଣ ସେ କରିନାହିଁ ବରଂ ଅନ୍ୟ ଦେଶ କରିଛି।
ପୂର୍ବରୁ ଆମେରିକା ଏବଂ ପଶ୍ଚିମ ଅଞ୍ଚଳର ଦେଶମାନେ ଅଭିଯୋଗ କରିଥିଲେ ଯେ ଋଷ ଫଲ୍ସ ଫ୍ଲାଗ୍ ରଣନୀତି ବ୍ୟବହାର କରି ୟୁକ୍ରେନ ଉପରେ ଆକ୍ରମଣ କରିଥିଲା। ସେହିପରି ୧୯୩୯ ମସିହାର ପ୍ରାରମ୍ଭରେ ଜର୍ମାନୀ ନିଜସ୍ୱ ରେଡିଓ ଟାୱାର ଉପରେ ଆକ୍ରମଣ କରି ସମସ୍ତ ଦୋଷ ପୋଲାଣ୍ଡ ଉପରେ ଲଦି ଦେଇଥିଲା ଓ ସାରା ବିଶ୍ୱରେ ଏହି ବାର୍ତ୍ତା ପ୍ରଚାର କରାଯାଇଥିଲା। ଯାହା ପରେ ଜର୍ମାନ, ପୋଲାଣ୍ଡ ବିପକ୍ଷରେ ଯୁଦ୍ଧ ହୋଇଥିଲା।
Comments are closed.