ହାଇଦ୍ରାବାଦ: ପାକିସ୍ତାନରେ ମଙ୍ଗଳବାର ମଧ୍ୟ ରାତ୍ରୀରେ ୯ଟି ଆତଙ୍କବାଦୀ ଶିବିର ଉପରେ ଭାରତୀୟ ସେନା ଏୟାରଷ୍ଟ୍ରାଇକ କରିଛି । ଯେଉଁଥିରେ ୧୦୦ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ରହିଛି । ତେବେ ଏହି ଘଟଣା ପରେ AIMIM ମୁଖ୍ୟ ଅସଦୁଦ୍ଦିନ ଓୱେସିଙ୍କ ବୟାନ ସାମ୍ନାକୁ ଆସିଛି । ସେ ଏକ୍ସ ରେ ପୋଷ୍ଟ କରି ଏସମ୍ପର୍କରେ ନିଜର ମତ ରଖିଛନ୍ତି ।
ସେ ଲେଖିଛନ୍ତି ଯେ, ପାକିସ୍ତାନରେ ଆତଙ୍କବାଦୀ ଆଡ୍ଡା ଉପରେ ଆମର ପ୍ରତିରକ୍ଷା ବାହିନୀ ଦ୍ୱାରା କରାଯାଇଥିବା ସର୍ଜିକାଲ୍ ଷ୍ଟ୍ରାଇକ୍କୁ ମୁଁ ସ୍ୱାଗତ କରୁଛି । ପାକିସ୍ତାନୀ ଡିପ୍ ଷ୍ଟେଟ୍କୁ କଠୋର ଶିକ୍ଷା ଦେବାକୁ ପଡିବ ଯାହା ଦ୍ଵାରା ଆଉ ଏକ ପହଲଗାମ୍ ଘଟଣା ଆଉ କେବେ ନ ଘଟେ । ପାକିସ୍ତାନର ଆତଙ୍କବାଦ ଭିତ୍ତିଭୂମିକୁ ସମ୍ପୂର୍ଣ୍ଣ ଧ୍ୱଂସ କରିବାକୁ ପଡିବ । ଜୟ ହିନ୍ଦ!
میں ہماری دفاعی افواج کی جانب سے پاکستان میں دہشت گرد ٹھکانوں پر کیے گئے ہدفی حملوں کا خیرمقدم کرتا ہوں۔ پاکستانی ڈیپ اسٹیٹ کو ایسا سبق سکھانا چاہیے کہ پھر کبھی دوسرا پہلگام نہ ہو۔ پاکستان کے دہشت گردی کے ڈھانچے کو تباہ کر دینا چاہیے۔ جے ہند!#OperationSindoor
— Asaduddin Owaisi (@asadowaisi) May 7, 2025
ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ୧୫ ଦିନ ପରେ ଭାରତ ଏହି ବଡ଼ ଆକ୍ରମଣ କରିଛି । ଭାରତୀୟ ସେନା ପ୍ରାୟ ୧ଟା ୩୦ ରେ ‘ଅପରେସନ୍ ସିନ୍ଦୂର’ ଆରମ୍ଭ କରିଥିଲା । ଭାରତର ଆକ୍ରମଣରେ ଆତଙ୍କବାଦୀ ହାଫିଜ୍ ସୈଦର ଆଡ୍ଡା ଧ୍ୱଂସ ହୋଇଛି । ଲସ୍କର ମୁଖ୍ୟାଳୟକୁ ବହୁତ କ୍ଷତି ହୋଇଛି । ଆତଙ୍କବାଦୀ ମସୁଦ ଅଜହରର ଘାଟି ଉପରେ ଏକ କ୍ଷେପଣାସ୍ତ୍ର ମଧ୍ୟ ମାଡ କରାଯାଇଥିଲା । ମସୁଦ ଅଜହରର ବାହାବଲପୁର ଘାଟି ଉପରେ ଏକ କ୍ଷେପଣାସ୍ତ୍ର ପଡ଼ିଥିଲା । ଭାରତ ପିଓକେର ମୁଜାଫରାବାଦରେ ମଧ୍ୟ ଆକ୍ରମଣ କରିଥିଲା । ବାଘ ଆଡ୍ଡା ଉପରେ ମଧ୍ୟ ଆକ୍ରମଣ ହୋଇଥିଲା । ପିଓକେର ଧାମୋଲ ଏବଂ କୋଟଲିରେ ମଧ୍ୟ କ୍ଷେପଣାସ୍ତ୍ର ଆକ୍ରମଣ କରାଯାଇଛି । ପାକିସ୍ତାନର ଅହମଦପୁରରେ ଥିବା ଆତଙ୍କବାଦୀ ଶିବିର ମଧ୍ୟ ଧ୍ୱଂସ ପାଇଯାଇଛି ।
ସୂଚନାଯୋଗ୍ୟ, ଏପ୍ରିଲ ୨୨ରେ ଜମ୍ମୁ-କଶ୍ମୀରର ପହଲଗାମର ବୈସରନ ଉପତ୍ୟକାରେ ହୋଇଥିବା ଆତଙ୍କବାଦୀ ହମଲାରେ ୨୯ ଜଣ ନାଗରିକଙ୍କ ମୃତ୍ୟୁ ହୋଇଥିଲା, ଯେଉଁଥିରେ ଅଧିକାଂଶ ହିନ୍ଦୁ ପର୍ଯ୍ୟଟକ ଥିଲେ ।
Comments are closed.