ନୂଆଦିଲ୍ଲୀ: ଭାରତୀୟ ସେନା ପିଓକେର ୯ ଆତଙ୍କବାଦୀ ଆଡ୍ଡା ଉପରେ ଆକ୍ରମଣ କରଛି । ଏହା ପରେ ଉଭୟ ଦେଶ ମଧ୍ୟରେ ଉତେଜନା ଚରମ ସୀମାରେ ପଂହଚିଛି । ଏହାର ପ୍ରଭାବ ଆଇପିଏଲ ଉପରେ ମଧ୍ୟ ପଡିଛି । ଧର୍ମଶାଳରେ ମେ ୧୧ରେ ମୁମ୍ବାଇ ଓ ପଞ୍ଜାବ କିଙ୍ଗସ ମଧ୍ୟରେ ହେବାକୁ ଥିବା ମ୍ୟାଚ ପାଇଁ ମୁମ୍ବାଇ ଇଣ୍ଡିଆନ୍ସକୁ କୌଣସି ଫ୍ଲାଇଟ ମିଳୁନି । ସୁରକ୍ଷା ଦୃଷ୍ଟିକୋଣରୁ ଅନେକ ଫ୍ଲାଇଟର ଉଡାଣ ରଦ୍ଦ କରାଯାଇଛି । ସେହିପରି ମେ ୮ରେ ପଞ୍ଜାବ କିଙ୍ଗସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ହେବାକୁ ଥିବା ମ୍ୟାଚ ନେଇ ମଧ୍ୟ ବିସିସିଆଇ ଚିନ୍ତାରେ ପଡିଛି । ମୁମ୍ବାଇ ଟିମ ଏ ପର୍ଯ୍ୟନ୍ତ ସେଠାରେ ପଂହଚି ପାରି ନାହିଁ । ଏହି ମ୍ୟାଚ ବାତିଲ କରାଯାଇ ଦିଲ୍ଲୀରେ କରାଗଲା ଖେଳାଳିମାନଙ୍କୁ ବସରେ ଯିବାକୁ ପଡିବ ।
ବିସିସିଆଇ ଏ ପର୍ଯ୍ୟନ୍ତ ସ୍ପଷ୍ଟ ଭାବେ ମ୍ୟାଚ ରଦ୍ଦ ହେବ କି ସ୍ଥାନାନ୍ତରିତ ହେବ ସେ ନେଇ କୌଣସି ଘୋଷଣା କରି ନାହିଁ । ବର୍ତମାନ ଦୃଷ୍ଟିକୋଣକୁ ବିଚାରକୁ ନେଲେ ସରକାର ଓ ସେନା କୌଣସି ପ୍ରକାରର ରିସ୍କ ନେବାକୁ ଚାହୁଁ ନାହାନ୍ତି । ପାକିସ୍ତାନ କଣ ପଦକ୍ଷେପ ଗ୍ରହଣ କରୁଛି ସେଥିପ୍ରତି ଏବେ ସମସ୍ତଙ୍କ ନଜର ରହିଛି । ଭାରତୀୟ ସେନା ଏବଂ ଗୋଇନ୍ଦା ଏଜେନ୍ସି ଏହାର ପ୍ରତ୍ୟେକ ଗତିବିଧି ଉପରେ ନଜର ରଖିଛନ୍ତି ।
Comments are closed.