Latest Odisha News

BREAKING NEWS

ଏନଆଇଏର ଅପିଲ; ପହଲଗାମ ଆକ୍ରମଣ ସହ ଜଡ଼ିତ ଫଟୋ, ଭିଡିଓ ଥିଲେ ସେୟାର କରନ୍ତୁ…

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣର ତଦନ୍ତ କରୁଛି ଏନଆଇଏ। ଏହାରି ମଧ୍ୟରେ ଏନଆଇଏ ଆକ୍ରମଣ ସମୟରେ ପହଲଗାମରେ ଥିବା ସମସ୍ତ ପର୍ଯ୍ୟଟକ ଏବଂ ସ୍ଥାନୀୟ ଲୋକଙ୍କୁ ଏକ ଅପିଲ କରିଛି।

ପହଲଗାମରେ ପର୍ଯ୍ୟଟକଙ୍କ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ସହିତ ଜଡିତ କୌଣସି ସୂଚନା, ଫଟୋଗ୍ରାଫ୍ କିମ୍ବା ଭିଡିଓ ଥିଲେ ତୁରନ୍ତ ଏଜେନ୍ସି ସହିତ ଯୋଗାଯୋଗ କରିବାକୁ ଅପିଲ୍ କରିଛି ଏନଆଇଏ। ଏହା ସହିତ ଏ ସମ୍ପର୍କରେ ସୂଚନା ପ୍ରଦାନ କରିବା ପାଇଁ ମୋବାଇଲ୍ ଏବଂ ଫୋନ୍ ନମ୍ବର ମଧ୍ୟ ଜାରି କରାଯାଇଛି।

ଏନଆଇଏ ଏହି ଆକ୍ରମଣ ରେ ଜଡ଼ିତ ସମସ୍ତ ପ୍ରକାରର ଭିଡିଓ ଓ ଫଟୋଗୁଡିକୁ ତନ ତନ କରି ଯାଞ୍ଚ କରୁଛି। ଏନଆଇଏ ନିଜର ସରକାରୀ ୱେବସାଇଟ୍ ଏବଂ ସୋସିଆଲ ମିଡିଆ ହ୍ୟାଣ୍ଡେଲର ସୂଚନା ଜାରି କରି କହିଛି ଯେ ଯେଉଁ  ବ୍ୟକ୍ତି ମାନଙ୍କ ପାଖରେ ଆକ୍ରମଣ କୁ ନେଇ କୌଣସି ପ୍ରକାର ର ଭିଡିଓ ଫଟୋ କିମ୍ବା କୌଣସି ପ୍ରକାରର ସୂଚନା ରହିଛି ସେମାନଙ୍କୁ ମୋବାଇଲ୍ ନମ୍ବର 9654958816 କିମ୍ବା ଲ୍ୟାଣ୍ଡଲାଇନ୍ ନମ୍ବର – 01124368800 ରେ  ସେୟାର କରିବାକୁ କୁହାଯାଇଛି।

ପହଲଗାମରେ ହୋଇଥିବା ଆକ୍ରମଣର ତଦାରଖ କରୁଥିବା  ଏନଆଇଏ ଆକ୍ରମଣକାରୀ ଏବଂ ସେମାନଙ୍କର ଯୋଜନା  ବିଷୟରେ ସମସ୍ତ ସମ୍ଭାବ୍ୟ ସୁରାକ ଖୋଜିବା ପାଇଁ ନିଜର ସମସ୍ତ ଚେଷ୍ଟା ଚଳାଇଛି। ସେହି ସମୟରେ ସେଠାରେ ଥିବା ପର୍ଯ୍ୟଟକ ଏବଂ ଅନ୍ୟ ଲୋକମାନେ ଅଜାଣତରେ କିଛି ଫଟୋଗ୍ରାଫ୍ କିମ୍ବା ଭିଡିଓ ବନାଇଥାଇ ପାରନ୍ତି ଯାହାକି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ  ହୋଇପାରେ ଓ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ କରିବାରେ ସାହାଯ୍ୟ ହୋଇପାରେ ବୋଲି ଏନଆଇଏ ସ୍ପଷ୍ଟ କରିଛି।

ଏହି ଆକ୍ରମଣ ରେ ଜଡ଼ିତ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଅନେକ ଫଟୋ ଏବଂ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ୨୬ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିବା ସହ  ଅନେକ ଆହତ ମଧ୍ୟ ହୋଇଥିଲେ। ଏନଆଇଏ ସେହି ଅଞ୍ଚଳ ରେ ରହୁଥିବା ଲୋକ ମାନଙ୍କ ଠାରୁ ସମସ୍ତ ପ୍ରକାରର ର ସୂଚନା ନେଇଥିବା ଜଣା ପଡ଼ିଛି। ଏନଆଇଏ ପ୍ରମାଣ ଗୁଡ଼ିକୁ ଏକତ୍ର କରିବା ପାଇଁ ଆକ୍ରମଣ ସ୍ଥାନ ଖୋଜିବା ସହ  ପହଲଗାମରେ କ୍ୟାମ୍ପ କରି ରହୁଥିବା ପ୍ରତ୍ୟକ୍ଷଦର୍ଶୀମାନଙ୍କ ଠାରୁ ଏହି ଅଘଟଣ ବିଷୟରେ ମଧ୍ୟ ପଚରାଉଚରା କରୁଛି।

Comments are closed.