Latest Odisha News

ଜାଣନ୍ତୁ, ପୃଥିବୀ ସମ୍ପର୍କରେ ୧୦ଟି ଅଜଣା କଥା !

ଭୁବନେଶ୍ୱର: ସୌରଜଗତରେ ଥିବା ୯ ଟି ଗ୍ରହ ମଧ୍ୟରୁ ଆମେ ରହୁଥିବା ଗ୍ରହତିର ନାମ ପୃଥିବୀ ଅଟେ । ସୌରମଣ୍ଡଳର ଏହା ଏକମାତ୍ର ଗ୍ରହ, ଯେଉଁଠି ଜୀବଜଗତ ବଞ୍ଚିବା ସମ୍ଭବପର ହୋଇ ପରିଛି। ଏଠାରେ ଜୀବଜଗତ ବଞ୍ଚି ରହିବା ନିମନ୍ତେ ଆବଶ୍ୟକୀୟ ଜଳ, ବାୟୁ ଓ ପବନ ରହିଛି । ଯାହା ଅନ୍ୟକୌଣସି ଗ୍ରହରେ ଉପଲବ୍ଧ ନାହିଁ । ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ ପୃଥିବୀ ସମ୍ପର୍କରେ ଆଉ କିଛି ରୋଚକ କଥା…

୧. ପୃଥିବୀ ଆକାରରେ ୫ମ ବୃହତ୍ତମ ଗ୍ରହ।

୨. ଆକାର ଏବଂ ଢାଞ୍ଚାରେ ପୃଥିବୀ ଶୁକ୍ର ଭଳି ଦେଖାଯାଏ।

୩. ପୃଥିବୀକୁ ସୂର୍ଯ୍ୟଙ୍କ ଚାରିପଟେ ପରିକ୍ରମା କରିବା ପାଇଁ ଲାଗୁଥିବା ସମୟକୁ ସୌର ବର୍ଷ କୁହାଯାଏ।

୪. ସୂର୍ଯ୍ୟଙ୍କ ଠାରୁ ଆଲୋକ ଆସି ପୃଥିବୀ ପର୍ଯ୍ୟନ୍ତ ପହଞ୍ଚିବାରେ ୮ ମିନିଟ୍‌ ୧୮ ସେକେଣ୍ଡ ଲାଗିଥାଏ।

୫. ପୃଥିବୀ ନିଜ ଅକ୍ଷପଥରେ ପଶ୍ଚିମରୁ ପୂର୍ବ ଆଡ଼କୁ ୧୬୧୦ କିଲୋମିଟର ପ୍ରତିଘଣ୍ଟା ଘୂର୍ଣ୍ଣନ କରିଥାଏ।

୬. ପୃଥିବୀ ନିଜ ଅକ୍ଷପଥରେ ୨୩ ଘଣ୍ଟା ୫୬ ମିନିଟ୍‌ ଏବଂ ୪ ସେକେଣ୍ଡରେ ଗୋଟିଏ ଘୂର୍ଣ୍ଣନ ସମ୍ପୂର୍ଣ୍ଣ କରିଥାଏ, ଯଦ୍ଦ୍ଵାରା ଦିନ ଏବଂ ରାତି ହୋଇଥାଏ।

୭. ସୂର୍ଯ୍ୟଙ୍କ ପରେ ପୃଥିବୀର ସବୁଠାରୁ ନିକଟତମ ତାରା ହେଉଛି ପ୍ରକ୍ସିମା ସେଞ୍ଚୁରୀ।

୮. ପୃଥିବୀର ସବୁଠାରୁ ଉପରି ପୃଷ୍ଠରେ ମହାସାଗର ଏବଂ ମହାଦ୍ୱୀପ ମାନ ରହିଛି।

୯. ପୃଥିବୀର ପ୍ରଥମ ପରସ୍ତର ନିର୍ମାଣସିଲିକନ୍‌ ଏବଂ ଆଲୁମିନିୟମ୍‌ ଧାତୁରୁ ହୋଇଛି।

୧୦. ପୃଥିବୀର ଆନୁମାନିକ ଆୟୁ ୪୬୦ କୋଟି ବର୍ଷ ଅଟେ।

Comments are closed.