Latest Odisha News

ଖାଲି ପେଟରେ ଖାଆନ୍ତୁ ଖଜୁରୀ, ମିଳିବ ଏହିସବୁ ଫାଇଦା…

ଭୁବନେଶ୍ୱର: ଖାଳି ପେଟରେ ଖଜୁରୀ ଖାଇବା ସ୍ୱାସ୍ଥ୍ୟ ପାଇଁ ବେଶ୍ ଉପକାରୀ ବୋଲି ଏକ ଗବେଷଣାରୁ ପ୍ରମାଣ ହୋଇଛି ।

ଖାଲି ପେଟରେ ନିୟମିତ ଖଜୁରୀ ଖାଇବା ଦ୍ୱାରା ଚମତ୍କାରୀ ଲାଭ ମିଳିଥାଏ ।

ଖଜୁରୀରେ ପର୍ଯ୍ୟାପ୍ତ ପରିମାଣରେ ପୋଟାସିୟମ ରହିଛି। ଏହା ଉଚ୍ଚ ରକ୍ତ ଚାପକୁ ନିୟନ୍ତ୍ରଣ କରି ରଖିଥାଏ।

ଖଜୁରୀ ସେବନ କରିବା ଦ୍ୱାରା ହୃଦୟ ଜନିତ ବହୁ ସମସ୍ୟା ଦୂର ହେବା ସହ ହୃଦୟ ସୁସ୍ଥ ରହିଥାଏ।

ଖଜୁରୀରେ ଭରପୂର ମାତ୍ରାରେ ଫାଇବର ରହିଛି, ଯାହା ପାଚନ କ୍ରିୟାକୁ ସୁସ୍ଥ ରଖିଥାଏ।
ଖଜୁରୀ କୋଲେଷ୍ଟେରୋଲ ମାତ୍ରାକୁ ମଧ୍ୟ ନିୟନ୍ତ୍ରଣ କରି ରଖିଥାଏ।

ଶରୀରକୁ ଆବଶ୍ୟକ ପରିମାଣରେ ଶକ୍ତି ଯୋଗାଇଥାଏ। ହାଡ଼କୁ ମଜଭୂତ କରିବା ସହ ସୁସ୍ଥ ରଖିଥାଏ।

ମସ୍ତିଷ୍କକୁ ସୁସ୍ଥ ରଖିବା ସହ ସ୍ମରଣ ଶକ୍ତି ବୃଦ୍ଧି କରିଥାଏ।

ନିୟମିତ ଖଜୁରୀର ସେବନ କରିବା ଦ୍ୱାରା କେଶ ଝଡ଼ିବା କମ ହୋଇଥାଏ। ତ୍ୱଚାର ଚମକ ମଧ୍ୟ ବୃଦ୍ଧି କରିଥାଏ।

Leave A Reply

Your email address will not be published.