Latest Odisha News

BREAKING NEWS

ମିଶାଇଲ୍ ଆଟାକ ପରେ ୩ ଏୟାରବେସ୍ ବନ୍ଦ କଲା ପାକ୍

ନୂଆଦିଲ୍ଲୀ: ପାକିସ୍ତାନ ବାୟୁସେନା ଘାଟି ଉପରେ ଭାରତ କ୍ଷେପଣାସ୍ତ୍ର ମାଡ଼ କରିଥିବା ନେଇ ସେନା ଶନିବାର ପ୍ରକାଶ କରିଛି। ଯେଉଁଥିରେ ସେନା ମୁଖ୍ୟାଳୟ ନିକଟ ତଥା ଇସଲାମାବାଦର ଉପକଣ୍ଠରେ ଥିବା ଗୋଟିଏ ଏୟାରବେସ୍ ଅନ୍ତର୍ଭୁକ୍ତ।

ସାମରିକ ମୁଖପାତ୍ର ଅହମ୍ମଦ ସରିଫ ଚୌଧୁରୀ ସରକାରୀ ଗଣମାଧ୍ୟମରେ କହିଛନ୍ତି ଯେ, ଭାରତୀୟ ମିଶାଇଲ୍ ନୁର ଖାନ ଘାଟି, ମୁରିଦ ଘାଟି ଏବଂ ଶୋରକୋଟ ଘାଟିକୁ ଟାର୍ଗେଟ କରିଥିଲା। ଯାହା ଫଳରେ ୩ ଏୟାରବେସକୁ ବନ୍ଦ କରାଯାଇଛି।

ତେବେ ପୂର୍ବରୁ ବେସାମରିକ ବିମାନ ଚଳାଚଳ ନିୟାମକ ଅନୁଯାୟୀ, ଶ୍ରୀନଗର ଏବଂ ଅମୃତସର ସମେତ ଦେଶର ଉତ୍ତର ଏବଂ ପଶ୍ଚିମ ଭାଗରେ ୩୨ଟି ବିମାନବନ୍ଦରକୁ ମେ ୧୫ପର୍ଯ୍ୟନ୍ତ ବିମାନ ଚଳାଚଳ ପାଇଁ ବନ୍ଦ କରିଦିଆଯାଇଛି। ଶନିବାର ପ୍ରତ୍ୟୁଷରେ ଘୋଷଣା କରାଯାଇଥିବା ଏହି ନିଷ୍ପତ୍ତି ଭାରତ ଏବଂ ପାକିସ୍ତାନ ମଧ୍ୟରେ ଜାରି ସାମରିକ ସଂଘର୍ଷକୁ ଦୃଷ୍ଟିରେ ରଖି ନିଆଯାଇଛି।

ଅଧିକ ପଢନ୍ତୁ- ପାକିସ୍ତାନ ଲାହୋରରେ ଜୋରଦାର ବିସ୍ଫୋରଣ

ଉଲ୍ଲେଖଯୋଗ୍ୟ, ଗତ କିଛି ଦିନ ମଧ୍ୟରେ ଭାରତୀୟ ସେନାର ‘ଅପରେସନ ସିନ୍ଦୂର’ ଅଧୀନରେ ପାକିସ୍ତାନ ଓ ପାକ-ଅଧିକୃତ ଜମ୍ମୁ-କଶ୍ମୀର (PoK)ରେ ଥିବା ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ କରାଯାଇଥିଲା। ଏହା ପରେ ପାକିସ୍ତାନ ପକ୍ଷରୁ ଭାରତ ଉପରେ ମିସାଇଲ ଓ ଡ୍ରୋନ ଆକ୍ରମଣ କରାଯାଉଛି। ଯାହାର ଜବାବରେ ଭାରତ ମଧ୍ୟ ପାଲଟା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି।

 

Comments are closed.