Latest Odisha News

BREAKING NEWS

ପାକିସ୍ତାନରେ ତୈଳ ସଙ୍କଟ; ୪୮ ଘଣ୍ଟା ପାଇଁ ପେଟ୍ରୋଲ ପମ୍ପ ବନ୍ଦ

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହି ଆକ୍ରମଣ ପରେ ଭାରତ ଅପରେସନ ସିନ୍ଦୂର ଆରମ୍ଭ କରିଥିଲା ଯାହା ଫଳରେ ପାକିସ୍ତାନ ଓ ପିଓକେ ରେ ଥିବା ନଅଟି ଆତଙ୍କବାଦୀ କ୍ୟାମ୍ପ ନଷ୍ଟ ହେବା ସହ ଅନେକ ନିହତ ମଧ୍ୟ ହୋଇଥିଲେ।

ତେବେ ଏହାର ପ୍ରତି ଜବାବରେ ପାକିସ୍ତାନ ଭାରତ ଉପରେ ଲଗାତାର ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଦ୍ଵାରା ଆକ୍ରମଣ କରି ଚାଲିଛି କିନ୍ତୁ ଭାରତ ସମସ୍ତ ଆକ୍ରମଣକୁ ବିଫଳ କରିବାରେ ସକ୍ଷମ ହୋଇପାରିଛି। ଭାରତ ମଧ୍ୟ ପାକିସ୍ତାନ ଉପରେ ଆକ୍ରମଣ କରି ଚାଲିଛି ଯାହାଫଳରେ ପାକିସ୍ତାନର ଅନେକ ପ୍ରମୁଖ ସହର ଭୟଭୀତ ଅବସ୍ଥାରେ ଅଛନ୍ତି।

ପାକିସ୍ତାନରେ ବର୍ତ୍ତମାନ ଇନ୍ଧନ, ଟଙ୍କା ଏବଂ ଖାଦ୍ୟ ର ଅଭାବ ରହିଛି ଯେଉଁଥିପାଇଁ ସେ ଅନ୍ୟ ଦେଶ ମାନଙ୍କଠାରୁ ଋଣ ମଧ୍ୟ ମାଗୁଅଛି। ଏସବୁ ସତ୍ତ୍ୱେ ମଧ୍ୟ ଭାରତ ସହ ଯୁଦ୍ଧ ହ୍ରାସ କରିବା ପରିବର୍ତ୍ତେ ପାକିସ୍ତାନ ଯୁଦ୍ଧକୁ ଆହୁରି ବଢ଼ାଉଛି। ତେବେ ପାକିସ୍ତାନରେ ବର୍ତ୍ତମାନ ଇନ୍ଧନ ଅଭାବ ଥିବାରୁ ଆଗାମୀ ୪୮ ଘଣ୍ଟା ପାଇଁ ଏହାର ରାଜଧାନୀ ଇସଲାମାବାଦରେ ଡିଜେଲ ଏବଂ ପେଟ୍ରୋଲ ପମ୍ପଗୁଡ଼ିକୁ ତୁରନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Comments are closed.