Latest Odisha News

BREAKING NEWS

ଶ୍ରୀନଗରର ଡାଲ ଲେକରୁ ମିଳିଲା କି ମିଶାଇଲ୍?

ଶ୍ରୀନଗର: ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଏହାରି ଭିତରେ ଶନିବାର ସକାଳେ ଶ୍ରୀନଗରର ଡାଲ ଲେକ୍ ର ମଧ୍ୟଭାଗରେ ଏକ କ୍ଷେପଣାସ୍ତ୍ର ଭଳି କିଛି ସାମଗ୍ରୀ ପଡିଥିଲା। ଯେଉଁଥିରେ ବିସ୍ଫୋରଣ ହେବା ଫଳରେ ସବୁଆଡେ ଧୂଆଁ ଭରି ଯାଇଥିଲା।

ବିସ୍ଫୋରଣ ଫଳରେ ସହରବାସୀ କିଛି ସମୟ ପାଇଁ ଭୟଭୀତ ହୋଇଯାଇଥିଲେ। ତେବେ ଏହି ଖବର ପାଇ ତୁରନ୍ତ ସୁରକ୍ଷା ବାହିନୀ ଏବଂ ବୋମା ନିଷ୍କ୍ରିୟକାରୀ ଦଳ ଘଟଣାସ୍ଥଳକୁ ପହଞ୍ଚିଥିଲେ ଏବଂ ଅଞ୍ଚଳକୁ ଘେରାବନ୍ଦୀ କରି ସେଠାରେ ତନତନ କରି ତଲାସୀ କରିଥିଲେ।

ତେବେ ହ୍ରଦରୁ କିଛି ଅଜଣା ବସ୍ତୁର ଭଗ୍ନାବଶେଷ ଉଦ୍ଧାର କରାଯାଇଛି। ଏହାକୁ ଫୋରେନସିକ୍ ଏକ୍ସପର୍ଟ ମାନେ ଯାଞ୍ଚ କରୁଛନ୍ତି। ଅପରପକ୍ଷରେ ସେହି ସମାନ ସମୟ ମଧ୍ୟ ରେ ସୁରକ୍ଷା କର୍ମୀମାନେ ଶ୍ରୀନଗର ଉପକଣ୍ଠରେ ଥିବା ଲାଜାନରୁ ଏକ ସନ୍ଦେହଜନକ ବସ୍ତୁ ଉଦ୍ଧାର କରିଥିଲେ ଓ ଏହାକୁ ମଧ୍ୟ ଯାଞ୍ଚ ପାଇଁ ପଠାଯାଇଛି।

ଏହି ଉଭୟ ଘଟଣାରେ କୌଣସି ଜୀବନହାନି କିମ୍ବା ସମ୍ପତ୍ତିର କ୍ଷତି ହୋଇନାହିଁ ବୋଲି ରିପୋର୍ଟରେ ଦର୍ଶାଯାଇଛି। ତେବେ ଡାଲ ଲେକ୍ ଏକ ପର୍ଯ୍ୟଟନ ସ୍ଥଳୀ ହୋଇଥିବାରୁ ସେଠାରେ କିଛି ସମୟ ପାଇଁ ଲୋକ ମାନଙ୍କର ଯାତାୟାତକୁ ବନ୍ଦ କରି ଦିଆଯାଇଥିଲା। କିଛି ସମୟ ପରେ ଏହାକୁ ସ୍ଵାଭାବିକ ମଧ୍ୟ କରି ଦିଆଯାଇଥିଲା। ଯଦିଓ ଉକ୍ତ ବସ୍ତୁଗୁଡ଼ିକର ବିଷୟରେ ଏବେ ପର୍ଯ୍ୟନ୍ତ କୌଣସି ସୂଚନା ମିଳିପାରିନାହିଁ ତଥାପି ସୁରକ୍ଷା ଅଧିକାରୀମାନେ କହିଛନ୍ତି ଯେ ସୀମାପାର ଚାଲିଥିବା ଉତ୍ତେଜନାକୁ ନେଇ ଏହି ସମସ୍ତ ବସ୍ତୁ ଗୁଡ଼ିକୁ ତଦନ୍ତ କରାଯାଉଛି।

 

Comments are closed.