Latest Odisha News

BREAKING NEWS

ଗିଲ, ପନ୍ତଙ୍କୁ ମିଳିବ ଗୁରୁ ଦାୟିତ୍ୱ: କୋହଲି ନେଇ ଚୁପ ଅଛି ବିସିସିଆଇ

ନୂଆଦିଲ୍ଲୀ: ରୋହିତ ଶର୍ମା ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିବା ପରେ ଟିମ ଇଣ୍ଡିଆର ପରବର୍ତୀ ଅଧିନାୟକ କିଏ ହେବ ସେ ନେଇ ସମସ୍ତେ ଦ୍ୱନ୍ଦ୍ୱରେ ଅଛନ୍ତି । ଭାରତ ଏବେ ୫ ମ୍ୟାଚ ବିଶିଷ୍ଟ ସିରିଜ ଖେଳିବା ପାଇଁ ଇଂଲଣ୍ଡ ଗସ୍ତରେ ଯିବ । ରୋହିତଙ୍କ ସ୍ଥାନରେ ଶୁଭମନ ଗିଲ ଅଧିନାୟକ ଦାୟିତ୍ୱ ତୁଲାଇବେ ବୋଲି ଆଶା କରାଯାଉଛି । ସେହିପରି ରିଷଭ ପନ୍ତଙ୍କୁ ଉପ ଅଧିନାୟକ କରାଯାଇପାରେ । ବିଦେଶ ମାଟିରେ ପନ୍ତଙ୍କ ପ୍ରଦର୍ଶନ ଭଲ ଥିବାରୁ ବିସିସିଆଇ ଚୟନ କମିଟି ତାଙ୍କ ଉପରେ ବିଶ୍ୱାସ ରଖିଥିବା ଜଣାପଡିଛି । ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକାରେ ପନ୍ତ ଶତକ ସହ ୪୨ରୁ ଅଧିକ ଆଭରେଜରେ ରନ ସଂଗ୍ରହ କରିଛନ୍ତି । ୯୦ରୁ ୯୯ ମଧ୍ୟରେ ସେ ୭ଥର ରନ ସଂଗ୍ରହ କରିଛନ୍ତି । ଯଶପ୍ରୀତ ବୁମରାହଙ୍କ ଫିଟନେସ ସମସ୍ୟା ଯୋଗୁ ବିସିସିଆକୁ ତାଙ୍କୁ ଏହି ଦାୟିତ୍ୱ ଦେବାକୁ ଚାହୁଁନି ।

କୋହଲିଙ୍କୁ ନେଇ ବିସିସିଆଇ ଚୁପ: ବିରାଟ କୋହଲି ଟେଷ୍ଟ କ୍ରିକେଟରୁ ଅବସର ନେବାକୁ ଚାହୁଁଛନ୍ତି ବୋଲି ବିସିସିଆଇ ଜଣାଇଥିବା ଖବର ପ୍ରକାଶ ପାଇଛି । କୋହଲିଙ୍କୁ ତାଙ୍କ ନିଷ୍ପତିରେ ପୂର୍ନବିଚାର କରିବା ପାଇଁ ବିସିସିଆଇ କହିଛି । କୋହଲି ବିଧିବଦ୍ଧ ଭାବେ ଅବସର ନେବା କଥା କହି ନ ଥିବା ବେଳେ ବିସିସିଆଇ ମଧ୍ୟ ଏ ନେଇ ଚୁପ ରହିଛି । କୋହଲି ଇଂଲଣ୍ଡ ଗସ୍ତରେ ଯାଆନ୍ତୁ ବୋଲି ବିସିସିଆଇ ଚାହୁଁଛି । ରୋହିତଙ୍କ ଅନୁପସ୍ଥିତିରେ ତାଙ୍କ ଅଭିଜ୍ଞତା ଦଳକୁ ଫାଇଦାରେ ରଖିବ ବୋଲି ଆଶା କରାଯାଉଛି ।

Comments are closed.