Latest Odisha News

BREAKING NEWS

ଟ୍ରକକୁ ଧକ୍କା ଦେଲା ଟ୍ରଲର; ୧୩ ମୃତ, ୧୨ରୁ ଉର୍ଦ୍ଧ୍ବ ଆହତ

ରାୟପୁର: ଛତିଶଗଡ଼ର ରାୟପୁର-ବାଲୋଦାବଜାର ରାସ୍ତାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏକ ଟ୍ରେଲର ସହିତ ଟ୍ରକର ଧକ୍କା ହେବା ଫଳରେ ଏଥିରେ ୧୩ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ, ଏମାନଙ୍କ ମଧ୍ୟରେ ୯ ଜଣ ମହିଳା ଏବଂ ୪ ଜଣ ଶିଶୁ ଥିବା ସୂଚନା ରହିଛି । ଅନ୍ୟପଟେ ଏହି ଦୁର୍ଘଟଣାରେ ୧୨ରୁ ଉର୍ଦ୍ଧ୍ବ ଜଣ ଆହତ ହୋଇଥିବା ଜଣାପଡ଼ିଛି ।

ଏହି ଦୁର୍ଘଟଣାର ଶିକାର ହୋଇଥିବା ଲୋକମାନେ ବାନା ବନାରସୀରୁ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଫେରୁଥିବାବେଳେ, ମଧ୍ୟ ରାତ୍ରୀରେ ଦୁର୍ଘଟଣାଟି ଘଟିଛି । ଏହି ସମୟରେ ବାଙ୍ଗୋଲିଠାରେ ରାୟପୁରରୁ ଆସୁଥିବା ଏକ ଟ୍ରେଲର୍ ଟ୍ରକ୍ କୁ ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଉଭୟ ଗାଡ଼ିର ଅନେକ ଅଂଶ କ୍ଷତିଗ୍ରସ୍ତ ହୋଇଛି ଏବଂ ୧୩ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା ।

ଆହତମାନଙ୍କୁ ଚିକିତ୍ସା ପାଇଁ ରାୟପୁରର ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି ରାଯାଇଛି । କୁହାଯାଉଛି ଯେ ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର । ଏଣୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇପାରେ । ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରିଖିଛି ।

Comments are closed.