Latest Odisha News

BREAKING NEWS

ନ୍ୟୁକ୍ଲିୟର ଧମକ ଭାରତ ସହିବନି: ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦେଶବାସୀଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ ପାକିସ୍ତାନର ପରମାଣୁ ବ୍ଲାକମେଲକୁ ଭାରତ ଆଦୌ ସହ୍ୟ କରିବ ନାହିଁ। ଯଦି ଭବିଷ୍ୟତରେ ଏପରି ଆତଙ୍କବାଦୀ ଆକ୍ରମଣ ହୁଏ ତେବେ ପଡ଼ୋଶୀ ଦେଶକୁ ତା’ ନିଜ ଭାଷାରେ ଜବାବ ଦିଆଯିବ।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ଶାନ୍ତିର ପଥ ମଧ୍ୟ ଶକ୍ତି ଦେଇ ଯାଏ। ଆତଙ୍କବାଦୀମାନେ ଆମ ଭଉଣୀମାନଙ୍କ ସିନ୍ଦୁର ନଷ୍ଟ କରିଥିଲେ ଆଉ ଆମେ ଜବାବରେ ସେମାନଙ୍କର ମୁଖ୍ୟାଳୟକୁ ଧ୍ୱଂସ କରିଦେଇଥିଲୁ। ଆତଙ୍କବାଦ-ଆଲୋଚନା ଏବଂ ଆତଙ୍କବାଦ ଟ୍ରେଡ ଏକାଠି ହୋଇପାରିବ ନାହିଁ।

ତେବେ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶେଷ ଥର ପାଇଁ ୨୦୨୧ ମସିହାରେ ଦେଶକୁ ସମ୍ବୋଧିତ କରିଥିଲେ। ତା’ପରେ ପ୍ରଧାନମନ୍ତ୍ରୀ ମୋଦୀ ୧୯ ନଭେମ୍ବର ୨୦୨୧ରେ ଲୋକଙ୍କୁ ସମ୍ବୋଧିତ କରିବାକୁ ଆସିଥିଲେ। ସେତେବେଳେ ପ୍ରଧାନମନ୍ତ୍ରୀ ୩ କୃଷି ଆଇନ ପ୍ରତ୍ୟାହାର ଘୋଷଣା କରିଥିଲେ। କୃଷି ଆଇନ ବିରୋଧରେ ଗୋଟିଏ ବର୍ଷ ଧରି ଚାଷୀମାନେ କରୁଥିବା ଆନ୍ଦୋଳନ ପରିଶେଷରେ ସମାପ୍ତ ହୋଇଥିଲା।

 

Comments are closed.